Unlock 5.0 ପାଇଁ ପ୍ରକାଶିତ ନିର୍ଦ୍ଦେଶାବଳୀ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢିଲା

Share this:

ନୂଆଦିଲ୍ଲୀ: ଅନଲକ୍-୫ ନିର୍ଦ୍ଦେଶାବଳୀ (Unlock 5.0 Guidelines) କରୋନା ଭୂତାଣୁ (Corona Virus) କୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ(Ministry Of Home Affairs-MHA) ମଙ୍ଗଳବାର ଦିନ ଅନଲକ୍-୫ (Unlock-5.0) ର ଗାଇଡଲାଇନ ଜାରି କରିଛି। ଏହା ଅଧୀନରେ କଣ୍ଟେନମେଣ୍ଟ ଜୋନ୍ ରେ  ଲକ୍ ଡ଼ାଉନ୍ ୩୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୩୦ରେ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ବର୍ତ୍ତମାନ ୩୦ ନଭେମ୍ବର, ୨୦୨୦ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ଆଦେଶରେ ଦର୍ଶାଯାଇଛି ଯେ ରାଜ୍ୟ ଭିତରେ କିମ୍ବା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଜଣେ ବ୍ୟକ୍ତି କିମ୍ବା କୌଣସି ସାମଗ୍ରୀ ପରିବହନ ଉପରେ ପ୍ରତିବନ୍ଧକ ରହିବ ନାହିଁ। ଏଥିପାଇଁ କୌଣସି ପୃଥକ ପାସ୍ ଆବଶ୍ୟକ ହେବ ନାହିଁ।

Related Post | Unlock 5.0 Guidelines:କେନ୍ଦ୍ର ସରକାର ଅନଲକ୍ ୫.୦ ପାଇଁ ନିର୍ଦ୍ଦେଶନାମା ଜାରି, କଣ ରହିଛି…

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୩୦ରେ କେନ୍ଦ୍ର ସରକାର ଅନଲକ୍ ୫ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏହା ଅଧୀନରେ ୧୫ ଅକ୍ଟୋବର ପରେ ସିନେମା ହଲ୍, ମନୋରଞ୍ଜନ ପାର୍କ, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯାଇଥିଲା। ତେବେ ଗୃହ ମନ୍ତ୍ରଣାଳୟ ସିନେମାଗୁଡ଼ିକୁ ୫୦ ପ୍ରତିଶତ କ୍ଷମତା ପୁନଃ ଅନୁମତି ଦେଇଛି।

ଏଥି ସହିତ, ନିର୍ଦ୍ଦେଶାବଳୀରେ ସରକାର କହିଛନ୍ତି ଯେ ଅକ୍ଟୋବର ୧୫ ପରେ ରାଜ୍ୟ ସରକାର ବିଦ୍ୟାଳୟ (School) ଓ କୋଚିଂ (Coaching) ପ୍ରତିଷ୍ଠାନ ଖୋଲିବା ଅନୁଯାୟୀ ନିଜେ ନିଷ୍ପତ୍ତି ନେଇ ପାରିବେ। ରାଜ୍ୟମାନେ ସେମାନଙ୍କ ନିଷ୍ପତ୍ତି ସମୟରେ ଛାତ୍ରମାନଙ୍କ ପିତାମାତାଙ୍କ ଅନୁମୋଦନ ଆବଶ୍ୟକ କରିବେ। ବିଦ୍ୟାଳୟଗୁଡ଼ିକ ଦ୍ୱାରା ଅନ୍ ଲାଇନ୍ କ୍ଲାସ୍ ଆୟୋଜନ ଜାରି ରହିବ ଏବଂ କୌଣସି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆସିବାକୁ ଚାପ ଦେଇପାରିବ ନାହିଁ।  କେନ୍ଦ୍ର ସରକାର ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଥିଲେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ଗ୍ରହଣ କରିବେ।

Also Read | Unlock 5.0 Guidelines Education: ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସର୍ତ୍ତାବଳୀ

Share this:

8 thoughts on “Unlock 5.0 ପାଇଁ ପ୍ରକାଶିତ ନିର୍ଦ୍ଦେଶାବଳୀ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢିଲା

Leave a Reply

Your email address will not be published. Required fields are marked *