Covid19 Odisha Updates: ଆଜି ଓଡ଼ିଶାର ୨୨ ଜିଲ୍ଲାରୁ ୧୦୮ କୋଭିଡ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Odisha Covid-19 Updates News  ଓଡିଶାରୁ ଆଜି ୨୨ ଜିଲ୍ଲାରୁ ୧୦୮ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୩୦ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୪ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବାଲେଶ୍ଵରରୁ ୩ଜଣ, ବରଗଡ଼ରୁ ଜଣେ, ବଲାଙ୍ଗୀରିରୁ ୩ଜଣ, ବୌଦରୁ ୮ଜଣ, କଟକରୁ ୮ଜଣ, ଦେଓଗଡରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତି ଜିଲ୍ଲାରୁ ୧୬ଜଣ, ଗଞ୍ଜାମରୁ ୭ଜଣ, ଜଗତସିଂପୁରରୁ ଜଣେ, ଯାଜପୁରରୁ ୩ଜଣ, ଝାରସୁଗୁଡାରୁ ୩ଜଣ, କଳାହାଣ୍ଡିରୁ ୨ଜଣ, କେନ୍ଦ୍ରାପଡାରୁ ୭ଜଣ, ଖୋର୍ଦ୍ଧାରୁ ୧୪ ଜଣ, ମୟୁରଭଞ୍ଜରୁ ଜଣେ, ନବରଂଗପୁରରୁ ୬ଜଣ, ନୂଆପଡ଼ାରୁ ଜଣେ, ରାୟଗଡାରୁ ଜଣେ, ସମ୍ବଲପୁରରୁ ୮ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡରୁ ୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୯୭ ଲକ୍ଷ ୩୬ ହଜାର ୪୯୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୬ ହଜାର ୩୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୭୦ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୬ ହଜାର ୧୫୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ ହଜାର ୪୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | Amit Shah: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ଘୋଷଣା, ୩୩ ପ୍ରତିଶତ ହେବ ମହିଳାଙ୍କ ପାଇଁ ସରକ୍ଷଣ  

Share this: