ଗତ ୨୪ ଘଣ୍ଟାରେ ୬୭ ହଜାରରୁ ଅଧିକ ସଂକ୍ରମିତ,୬୩ ହଜାରରୁ ଅଧିକ ରୋଗୀ ସୁସ୍ଥ ଏବଂ ୧,୦୫୯ ମୃତ

Share this:

ନୂଆଦିଲ୍ଲୀ:ଦେଶରେ କରୋନା ( COVID-19) ସଂକ୍ରମଣ ଦିନକୁ ଦିନ ବଡିଚାଲିଛି। ଗତ କିଛି  ଦିନ ଧରି ୬୦ ରୁ ୭୦ ହଜାର ନୂଆ କରୋନା ରୋଗୀ ସଂକ୍ରମିତ ହେଉଛନ୍ତି। ଅଗଷ୍ଟ ୨୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୨ଲକ୍ଷ  ୩୪ ହଜାର ୪୭୪ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭ ହଜାର ୨୬୭ ରହିଛି। କିନ୍ତୁ ଭଲ କଥା ହେଉଛି ବହୁ ସଂଖ୍ୟକ ରୋଗୀ ମଧ୍ୟ ପ୍ରତିଦିନ ସୁସ୍ଥ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ୬୭ ହଜାର ୭୫୯ ଜଣ କରୋନା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ୧,୦୫୯ ଜଣଙ୍କର ମୃତ୍ୟୁ ଘଟିଛି। ସମୁଦାୟ  ୫୯ହଜାର ୪୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବାଧିକ ରାଜ୍ୟ ମଧ୍ୟରେ, ଆନ୍ଧ୍ରପ୍ରଦେଶରେ ୩୪୬୦ ଜଣ,ଦିଲ୍ଲୀରେ ୪୩୩୦ ଜଣ, ଗୁଜରାଟରେ ୨୯୨୮ ଜଣ, ମଧ୍ୟପ୍ରଦେଶରେ ୧୨୬୫ ଜଣ, ମହାରାଷ୍ଟ୍ରରେ ୨୨,୭୯୪ ଜଣ,ଓଡ଼ିଶାରେ ୪୨୮ ଜଣ, ଉତ୍ତରପ୍ରଦେଶରେ ୩୦୫୯ ଜଣ, ପଶ୍ଚମବଙ୍ଗରେ ୨୯୦୯ ଜଣ,ତାମିଲନାଡୁରେ ୬୭୨୧ ଜଣ, ତେଲେଙ୍ଗାନାରେ ୭୮୦ ଜଣ,ପଞ୍ଜାବରେ ୧୧୭୮ ଜଣ ଏବଂ ରାଜସ୍ଥାନରେ ୯୮୦ ଜଣ ଅଛନ୍ତି।

ପୁନରୁଦ୍ଧାର ହାର ୭୬.୩୦ ପ୍ରତିଶତ ହୋଇଛି। ମୃତ୍ୟୁ ହାର ୧.୮୪ପ୍ରତିଶତ ଅଛି। ଏପର୍ଯ୍ୟନ୍ତ ସମୁଦାୟ ତିନି କୋଟି ୭୬ ଲକ୍ଷ ୫୧ହଜାର ୫୧୨  ନମୁନା ପରୀକ୍ଷା କରାଯାଇଛି।

Also Read:

ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଶୈଳିରେ ଉନ୍ନତି ଆଣିବା ମୋଦୀ ସରକାରଙ୍କ ପ୍ରାଥମିକତା

Online ଟ୍ରେନ ଟିକେଟ କରିଥିବା ୭ ଲକ୍ଷ ବ୍ୟବହାରକାରୀ ଯାତ୍ରୀଙ୍କ ଡାଟା ଲିକ!:ରିପୋର୍ଟ୍

Share this: