Assembly Election Results: ପାଞ୍ଚ ରାଜ୍ୟରୁ ୪ ରେ BJP ସରକାର, ୟୁପିରେ ଯୋଗୀଙ୍କ ରେକର୍ଡ  

Share this:

ଲକ୍ଷ୍ନୌ: Assembly Election Results 2022 ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଆଜି ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ (Uttar Pradesh), ମଣିପୁର (Manipur), ଗୋଆ (Goa) ଏବଂ ଉତ୍ତରାଖଣ୍ଡ (Uttarakhand) ରେ ବିଜେପି (BJP) ଆଗୁଆ ରହି ବହୁମତ ହାସଲ ସହ ବର୍ତ୍ତମାନ ସରକାର ଗଠନ କରିବାକୁ ଯାଉଛି।

ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ମୋଟ ୪୦୩ ଆସନ ମଧ୍ୟରୁ ୨୭୦ ଆସନରେ ବିଜେପି ଆଗୁଆ ରହିଛି। ଯାହାକି ବହୁମତ ୨୦୨ ଆସନ ଠାରୁ ବହୁ ଆଗରେ ଅଛି। ମଣିପୁରରେ ବିଜେପି ମୋଟ ୬୦ ଅସନରୁ ୨୮ ରେ ଆଗୁଆ ରହି ସରକାର ଗଠନ ଦିଗରେ ଅଗ୍ରସର ହେଉଛି। ସେହିପରି ଗୋଆରେ ବିଜେପି ମୋଟ ୪୦ ଆସନ ମଧ୍ୟରୁ ୨୦ ଆସନରେ ଆଗୁଆ ରହିଛି ଏବଂ ସରକାର ଗଠନ କରିବ। ସେହିପରି ଉତ୍ତରାଖଣ୍ଡରେ ମୋଟ ଆସନ ୭୦ରୁ ବିଜେପି ୩୭ ଆସନରେ ଆଗୁଆ ଅଛି ଯାହାକି ବହୁମତ ଠାରୁ ୨ ସିଟ ଆଗରେ ଅଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଜପା ସରକାରକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Elections 2022) ରେ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି। ଭୋଟ ଗଣତିର ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୭୦ରୁ ଅଧିକ ଆସନରେ ଆଗୁଆ ଅଛି ଭାଜପା। ଆଶାନୁଯାୟୀ, ଭାଜପାକୁ କଡ଼ା ଟକ୍କର ଦେଇଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି। ହେଲେ ଏପର୍ଯ୍ୟନ୍ତ ସପା ୧୨୪ ଆସନରେ ଅଛି। ଅନ୍ୟପକ୍ଷରେ ମୟାବତୀଙ୍କ ବିଏସ୍‌ପି ଏବଂ କଂଗ୍ରେସ ଯଥାକ୍ରମେ ୬ ଓ ୬ ଆସନରେ ଆଗୁଆ ଅଛନ୍ତି। ଉଲ୍ଲେଖଯୋଗ୍ୟ, ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ସରକାର ଗଢ଼ିବା ପାଇଁ ୨୦୨ ବିଧାୟକ ଦରକାର।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨କୁ ସେମିଫାଇନାଲ ବୋଲି କୁହାଯାଉଛି। ଏହାର ଝଲକ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ଦ୍ୱାରା ଉପସ୍ଥାପିତ ରାଜ୍ୟ ବଜେଟରେ ଦେଖିବାକୁ ମିଳିଥିଲା। ଏଥିରେ ସେ ନିର୍ବାଚନକୁ ଦୃଷ୍ଟିରେ ରଖି ଜନପ୍ରିୟ କେବଳ ଘୋଷଣା କରିନାହାଁନ୍ତି ବରଂ  ପାଞ୍ଚ ବର୍ଷର ଯୋଜନା ଅନୁଯାୟୀ ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ ଯୋଗୀ ସରକାର ଇତିହାସ ସୃଷ୍ଟି କରୁଛି।

Share this:

Leave a Reply

Your email address will not be published. Required fields are marked *