Watch: ୟୁପି STF ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ସିଂଙ୍କୁ ଗିରଫ

Share this:

ଉତରପ୍ରଦେଶ: ବଲିଆ ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ସିଂ (Dhirendra Singh)ଙ୍କୁ ଆଜି ରବିବାର ଲକ୍ଷ୍ନୌ ଜାନେସର ପାର୍କ ନିକଟରେ ୟୁପି ଏସଟିଏଫ (Special Task Force) ଗିରଫ କରିଛି। କୋଟା ଆବଣ୍ଟନ ସମୟରେ ଧିରେନ୍ଦ୍ର ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏଥିସହ ପୋଲିସ ଶନିବାର ଦିନ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଧିରେନ୍ଦ୍ରଙ୍କ ସପକ୍ଷରେ ବିବୃତ୍ତି ଦେଇଥିବାରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂଙ୍କୁ ଲକ୍ଷ୍ନୌ କୁ ବଦଳି କରାଯାଇଛି।

ସୂଚନାଯୋଗ୍ୟ, ବଲିଆ ଜିଲ୍ଲାର ରେବତୀ ଅଞ୍ଚଳରେ ଗ୍ରାମ ଦୁର୍ଜନପୁର ଏବଂ ହନୁମାନଗଞ୍ଜର ଦୁଇଟି ଦୋକାନର ଆବଣ୍ଟନ ପାଇଁ ଗୁରୁବାର ଅପରାହ୍ନରେ ପଞ୍ଚାୟତ ଭବନରେ ଏକ ଖୋଲା ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଏସଡିଏମ ବୈରିଆ (Bairiya) ସୁରେଶ ପାଲ, ସିଓ ବୈରିଆ ଚନ୍ଦ୍ରକେଶ ସିଂ, ବିଡିଓ ବୈରିଆ ଗଜେନ୍ଦ୍ର ପ୍ରତାପ ସିଂ ଏବଂ ରେୱତି ପୋଲିସ ଷ୍ଟେସନର ପୋଲିସ ଫୋର୍ସ ଉପସ୍ଥିତ ଥିଲେ। ବୈଠକ ସମୟରେ ଦୁର୍ଜନପୁରର ଦୋକାନ ଉପରେ କାହାରି ସହମତି ମିଳିଲା ନାହିଁ। ଯେତେବେଳେ ଭୋଟ୍ ଦେବାର ନିଷ୍ପତ୍ତି ନିଆଗଲା, ସେତେବେଳେ ଏହି ଦୁର୍ଘଟଣା ଟି ଘଟିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଏହି ଦୁର୍ଘଟଣା ହେବା ମାତ୍ରେ ଅଧିକାରୀମାନେ ସଭା ସ୍ଥଗିତ କରିଦେଲେ। ଏହି ଅବସରରେ ପୋଲିସ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ସ୍ଥଗିତ ରହିବା ପରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଗଲା। ଏହି ଗଣ୍ଡଗୋଳ ସମୟରେ ପୂର୍ବରୁ ସୈନିକ ଭାବେ କାର୍ଯ୍ୟ କରିଥିବା ଧିରେନ୍ଦ୍ର ପ୍ରତାପ ସିଂ ଗୁଳି ଚଳାଇ ଅନ୍ୟ ପକ୍ଷର ଜୟପ୍ରକାଶ ଓରଫ ଗାମା ପାଲ ୪୬ ବୟସ୍କ ବାସିନ୍ଦା ଦୁର୍ଜନପୁର ଆହତ ହୋଇଥିଲେ। କୁହାଯାଉଛି ଯେ ଜୟପ୍ରକାଶଙ୍କୁ ଚାରିଟି ଗୁଳି ବାଜିଥିଲା।

ଦୁର୍ଜନପୁର ମାମଲାର ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ୭୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା। ତିନି ଦିନ ମଧ୍ୟରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।

Also Read| Assam: ନଭେମ୍ବରରୁ ଆସାମରେ ସମସ୍ତ ମଦ୍ରାସା ବନ୍ଦ ହେବ

Share this: