ଅଶୋକ ଲାଭାସାଙ୍କ ନିର୍ବାଚନ କମିଶନର ପଦରୁ ଇସ୍ତଫା

Share this:

ନୂଆଦିଲ୍ଲୀ:ଅଶୋକ ଲାଭାସା ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ନିଜ ଇସ୍ତଫାପତ୍ର ଦେଇଛନ୍ତି। ଅଶୋକ ଲାଭସା ଆସନ୍ତା ବର୍ଷ ଭାରତର ମୁଖ୍ୟ ନିର୍ବାଚନ କମିଶନର ହୋଇଥାନ୍ତେ।

ସୂଚନା ଅନୁସାରେ ଅଶୋକ ଲାଭାସା ଆସନ୍ତା ମାସରେ ଏସୀୟ ବିକାଶ ବ୍ୟାଙ୍କ (Asian Development Bank) ରେ ଯୋଗଦେବେ। ଶ୍ରୀ ଲାଭାସା ହରିୟାଣା କ୍ୟାଡରର ୧୯୮୦ ବ୍ୟାଚ୍ ଅବସରପ୍ରାପ୍ତ IAS ଅଧିକାରୀ। ସେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କର ବେସରକାରୀ ସେକ୍ଟର ଅପରେସନ୍ସ ଏବଂ ପବ୍ଲିକ୍ ବେସରକାରୀ ଭାଗିଦାରୀରେ ଉପାଧ୍ୟକ୍ଷ ଭାବରେ ନିଯୁକ୍ତପାଇଛନ୍ତି। ପୂର୍ବରୁ ଲାଭସା କେନ୍ଦ୍ର ଅର୍ଥ ସଚିବ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର କେନ୍ଦ୍ର ସଚିବ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର କାର୍ଯ୍ୟ କରିଥିଲେ।

Share this: