Covid Cases in Odisha: ରାଜ୍ୟରୁ ଆଜି ୨୧୪ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: Covid-19 Cases in Odisha State Dashboard in last 24 hours district wise ଗତକାଲି ଓଡ଼ିଶାରୁ ୨୮୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୧୪ଜଣ ଚିହ୍ନଟ ହୋଇଛନ୍ତି। ଯାହାକି କାଲି ତୁଳନାରେ ଆଜି କରୋନା ସଂକ୍ରମଣ କମ୍ ରହିଛି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୩୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୩ଜଣ, ବଲାଙ୍ଗୀରିରୁ ୧୦ଜଣ, ବୌଦରୁ ୩ଜଣ, କଟକରୁ ୨୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂହପୁରରୁ ୬ଜଣ, ଯାଜପୁରରୁ ୩ଜଣ, କଳାହାଣ୍ଡିରୁ ୧୧ଜଣ, କନ୍ଧମାଳରୁ ୨ଜଣ, କେନ୍ଦ୍ରାପଡାରୁ ୭ଜଣ, କେଉଁଝରରୁ ୩ଜଣ, ଖୋର୍ଦ୍ଧାରୁ ୫୬ଜଣ, କୋରାପୁଟରୁ ୨ଜଣ, ମୟୂରଭଞ୍ଜରୁ ୩ଜଣ, ନୟାଗଡରୁ ୫ଜଣ, ନୂଆପଡ଼ାରୁ ୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୩ଜଣ, ରାୟଗଡାରୁ ୨ଜଣ, ସମ୍ବଲପୁରରୁ ୯ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡରୁ ୨୨ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୯ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୩ ଲକ୍ଷ ୯୭ ହଜାର ୩୪୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୧ହଜାର ୩୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୩୪ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୦ ହଜାର ୪୫୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୬୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Best Mobiles Under 15000

[amazon_auto_links id=”9932″]

mahimalive news

Read Also | Odisha Weather Report : ରାଜ୍ୟରେ ଆସନ୍ତା ଦୁଇ ତିନି ଦିନ ଗୁଳୁଗୁଳିର ସମ୍ଭାବନା, ୨୦ରୁ ଲଘୁଚାପ ବର୍ଷା

Share this:

Leave a Reply

Your email address will not be published. Required fields are marked *