Puja Special Trains: ସିଆଲଦା ଓ ପୁରୀ ମଧ୍ୟରେ ଚାଲିବ ପୂଜା ସ୍ପେଶାଲ ଟ୍ରେନ

Share this:

ଭୁବନେଶ୍ଵର: Puja Special trains between Sealdah and Puri। ପୁରୀ ଓ ସିଆଲଦା ମଧ୍ୟରେ ଚାଲିବ ପୂଜା ସ୍ପେଶାଲ ଟ୍ରେନ। ପାର୍ବଣ ଋତୁ (Durga Puja and Diwali Special) ରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବ ରେଲବାଇ ପକ୍ଷରୁ ଟ୍ରେନ ଚଲାଇବା ପାଇଁ ବ୍ୟବସ୍ଥା ହୋଇଛି।  

୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ (Sealdah -Puri Puja Specials Train) ଅକ୍ଟୋବର ୧, ୨୦୨୨ରୁ ଅକ୍ଟୋବର ୨୯, ୨୦୨୨ ମଧ୍ୟରେ (୫ ଟ୍ରିପ) ପ୍ରତି ଶନିବାର ରାତି ୧୧.୫୦ରେ ସିଆଲଦାରୁ ବାହାରି ପରଦିନ ପୁରୀ ଠାରେ ସକାଳ ୯.୩୫ରେ ପହଞ୍ଚିବ ଓ ୦୩୧୦୨ ପୁରୀ- ସିଆଲଦା ପୂଜା ସ୍ପେଶାଲ ଅକ୍ଟୋବର ୨,୨୦୨୨ରୁ ଅକ୍ଟୋବର ୩୦,୨୦୨୨ ମଧ୍ୟରେ (୫ ଟ୍ରିପ) ପ୍ରତି ରବିବାର ପୁରୀ ଠାରୁ ଅପରାହ୍ନ ୩.୫୦ରେ ବାହାରି ପରଦିନ ରାତି ୨ଟାରେ ସିଆଲଦାରେ ପହଞ୍ଚିବ। 

ଏହି ସ୍ପେଶାଲ ଟ୍ରେନ ଉଭୟ ଦିଗରେ ଭଟ୍ଟନଗର, ଆନ୍ଦୁଲ, ଖଡଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେଉଁଝର ରୋଡ, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରୋଡ ଷ୍ଟେସନରେ ଅଟକିବ।

ସେପ୍ଟେମ୍ବର ୧୭, ୨୦୨୨ ଠାରୁ ପିଆରଏସ ଓ ଇଣ୍ଟରନେଟ ମାଧ୍ୟମରେ ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ ଟ୍ରେନ ପାଇଁ ବୁକିଂ ଆରମ୍ଭ ହେବ। ଏହି ପୂଜା ସ୍ପେଶାଲ ଟ୍ରେନ ପାଇଁ ସାଧାରଣ ଦେୟ ଠାରୁ ଅତିରିକ୍ତ ସ୍ୱତନ୍ତ୍ର ଦେୟ ନିଆଯିବ। ଏହି ଟ୍ରେନରେ କୌଣସି ରିହାତି ଯୋଗ୍ୟ ବୁକିଂ ହେବ ନାହିଁ। ତତ୍କାଳ କୋଟା ମଧ୍ୟ ଉପଲବ୍ଧ ହେବ ନାହିଁ।  

Read Also | Cuttack: ପାର୍ବଣରେ ଦାଦାବଟି ଉପରେ ଲାଗିବ ରୋକ୍‍, ଅଭିଯୋଗ ପାଇଁ ନମ୍ବର ଜାରି

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *