Habisyali In Puri: କାର୍ତ୍ତିକ ବ୍ରତ ଲାଗି ପୁରୀକୁ ଆସିବାକୁ ଥିବା ହବିଷ୍ୟାଳୀଙ୍କ ନାମ ପଞ୍ଜୀକରଣ ଆରମ୍ଭ

Share this:

ପୁରୀ: Habisyali In Puri ଆସନ୍ତା କାର୍ତ୍ତିକ ବ୍ରତ ଲାଗି ପୁରୀ (Puri) କୁ ଆସିବାକୁ ଥିବା ହବିଷ୍ୟାଳୀମାନେ ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ (Registration) କରିପାରିବେ। ୱେବସାଇଟ୍‍ www.puri.nic.in ରୁ ଫର୍ମ ସଂଗ୍ରହ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ନିକଟକୁ oritourpuri@gmail.com ରେ ଅନଲାଇନ୍‍ ବା ଅଫ୍‍ଲାଇନରେ (Online Or Offline) ଆବେଦନ କରିପାରିବେ। ସେହିପରି ହ୍ୱାଟ୍‍ସ ଆପ୍‍ (WhatsApp) ନମ୍ବର ୯୪୩୭୩୩୩୮୨୩ ରେ ମଧ୍ୟ ଆବେଦନକରି ପଞ୍ଜିକରଣ କରିପାରିବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଆବେଦନକାରୀ ନିଜର ନାମ, ବୟସ, ସ୍ଥାୟୀ, ଠିକଣା ଓ ଯୋଗାଯୋଗ ନମ୍ବର, ଆଧାର ବା ଭୋଟ (Aadhaar or Voter ID) ପରିଚୟପତ୍ରର ନକଲ (Xerox) ଏବଂ ଦୁଇଟି ପାସପୋର୍ଟ ସାଇଜ୍‍ ଫଟୋ (Passport size Photo) ସହ ଆବେଦନ କରିପାରିବେ। କିନ୍ତୁ ହବିଷ୍ୟାଳୀମାନେ ଦୁଇଟି ଯାକ ଡୋଜ୍‍ କୋଭିଡ୍‍ ଟୀକା ନେଇଥିବା ଆବଶ୍ୟକ ବୋଲି ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀରେ ହବିଷ୍ୟାଳୀମାନଙ୍କର ରହିବା, ଶ୍ରୀଜୀଉଙ୍କ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। କରୋନା (Corona) ପାଇଁ ଗତ ଦୁଇବର୍ଷ ଧରି ଏହି ବ୍ୟବସ୍ଥା ବନ୍ଦ ରହିଥିବାବେଳେ ଚଳିତ ବର୍ଷ ହବିଷ୍ୟାଳୀ ମାନଙ୍କ ପାଇଁ ପୁଣି ଏହି ବ୍ୟବସ୍ଥା କରାଯାଇଛି। ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହବିଷ୍ୟାଳୀ ମାନଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଓ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପଠାରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ମହାପ୍ରସାଦ ସେବନ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ, ଅଗ୍ନିନିର୍ବାପକ, ଭାଗବତ ଓ ପ୍ରବଚନ କଥାମୃତ ଇତ୍ୟାଦିର ମଧ୍ୟ ସୁବନ୍ଦୋବସ୍ତ କରାଯିବାକୁ ସ୍ଥିର କରାଯାଇଛି ବୋଲି ପୁରୀ ପ୍ରଶାସନ ତରଫରୁ ସୂଚନା ରହିଛି।

Read Also | Odisha Weather Report : ପ୍ରବଳ ବର୍ଷାକୁ ନେଇ କେତେକ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *