Dhenkanal Corona Report: ଆଜି ଢେଙ୍କାନାଳ ଜିଲ୍ଲାରରୁ ୮୪ ପଜିଟିଭ ଚିହ୍ନଟ

Covid-cases-odisha
Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ପୁଣି ବଢିଛି କରୋନା (Coronavirus) ସଂକ୍ରମିତ। ଆଜି ନୂଆ ୮୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୭୧ ଏବଂ ହସ୍ପିଟାଲରୁ ୧୩ଜଣ ଚିହ୍ନଟ ଅଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଜୁବୁଲିଟାଉନ, ଦକ୍ଷିଣକାଳୀରୋଡ଼ ଏବଂ ଦେଉଳସାହିରୁ ୩ଜଣ ଲେଖାଏଁ ଥିବାବେଳେ କୋରିଆଁ, ସିମିଳିଆ, ଦେଉଳସାହି, ଗୁଡିଆନାଳି ଏବଂ DHH ରୁ ୨ଜଣ ଲେଖାଏଁ ଅଛନ୍ତି। ଟାଉନପ୍ଲାନିଂ, କ୍ରିକେଟ ଆସୋସିଏସନ, ଏବଂ ଶାମାଚରଣପୁରରୁ ଜଣେ ଲେଖାଏଁ  ଅଛନ୍ତି।

mahimalive

ଓଡାପଡା ବ୍ଲକ (Oapada Block) ରୁ ଚିହ୍ନଟ ୧୫ଜଣଙ୍କ ମଧ୍ୟରୁ  ଓସ୍ତପାଳରୁ ୧୦ଜଣ ଥିବାବେଳେ ଇନ୍ଦିପୁର, କାଣ୍ଡବିନ୍ଧା, ଗୋବିନ୍ଦପ୍ରସାଦ, ଜରିପାଳ ଏବଂ ପୋଡାପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୧୪ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କୁକୁପଙ୍ଗି, ପାଇକପୁରୁଣାକୋଟ ଏବଂ ହାତୁରାରୁ ୨ଜଣ ଲେଖାଏଁ ଅଛନ୍ତି। କୁକୁଟା, ଖଜୁରିଆକଟା, ବମ୍ପା, ସାତମାଇଲି, ତର୍କାବେଡ଼ା, କନ୍ତକୁଳ ଏବଂ ଗିରିଧରପ୍ରସାଦରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ଜଣେ ଅଛନ୍ତି।

ଭୁବନ ବ୍ଲକରୁ ଚିହ୍ନଟ ୪ଜଣଙ୍କ ମଧ୍ୟରେ ବାଲିସାହି, ଗୋରଡିଆ, ଜିରାଳ ଏବଂ ବାଲିବୋରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକରୁ ୧୦ଜଣ ଅଛନ୍ତି। ସଦର ବ୍ଲକ (Sadar Block) ରୁ ୩ ଜଣ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ୪ଜଣ ଅଛନ୍ତି। ଗଁଦିଆ ବ୍ଲକରୁ ୩ଜଣ ଅଛନ୍ତି। ପର୍ଜଙ୍ଗ ବ୍ଲକର ରୁ ୩ଜଣ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୫ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୪୫୩ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୭୬   ହଜାର ୯୬୩ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୮୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୪୦ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୮ ହଜାର ୧୪୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୫୭୭ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

Also Read | Covid-19 ରେ ମୃତ୍ୟୁବରଣ କରିଥିବା ୧୭ ଜଣ ସାମ୍ବାଦିକଙ୍କ ପାଇଁ ୨ କୋଟି ୫୫ ଲକ୍ଷ ଟଙ୍କା ମଂଜୁର

Share this: