Dhenkanal Corona Report:ଆଜି ଢେଙ୍କାନାଳ ଜିଲ୍ଲାରରୁ ୩୭ ପଜିଟିଭ ଚିହ୍ନଟ,ଜଣେ ମୃତ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ ନୂଆ ୩୭ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୩୩ ଏବଂ ହସ୍ପିଟାଲରୁ ୪ଜଣ ଚିହ୍ନଟ ଅଛନ୍ତି। ଆଜି ଜିଲାରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୦୭ରେ ପହଞ୍ଚିଛି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବନମାଳୀପ୍ରସାଦରୁ ୨ଜଣ ଥିବାବେଳେ ବାଜିଚୌକ, ଟାଉନପ୍ଲାନିଂ, ଗୁଡିଆନାଳି, କଣ୍ଟାନାଳି ବାଇପାସ୍, ଡିଷ୍ଟ୍ରିକ୍ଟ ଜେଲ, ଦକ୍ଷିଣକାଳୀ ଏବଂ କାଠଗଡାରୁ ଜଣେ ଅଛନ୍ତି।

mahimalive

ସଦର ବ୍ଲକ (Sadar Block) ରୁ ୯ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଗେଙ୍ଗୁଟିଆ, ଝୁମ୍ପୁଡିଆ ଏବଂ ସରଦେଇପୁରରୁ ୨ଜଣ ଲେଖାଏଁ ଥିବାବେଳେ ଗୋବିନ୍ଦପୁର, ସାରିଆଁ ଓ ସିଆରିଆରୁ ଜଣେ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ଚିହ୍ନଟ ୭ଜଣଙ୍କ ମଧ୍ୟରୁ  ଛେଳିଆ ବେଡ଼ାରୁ ୨ଜଣ ଥିବାବେଳେ ଇନ୍ଦିପୁର, ସାଇଁବିରି, କାଶିଆଡିହି, ଗଇଲୋ ଏବଂ ଘଟିପିରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୭ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାବନ୍ଧରୁ ୩ଜଣ ଥିବାବେଳେ ଗୋହିରା ଛୋଡ଼, ଖଜୁରିଆକଟା, ବରଡାପାଳ ଏବଂ ରଞ୍ଜାଗୋଳରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ୨ଜଣ ଅଛନ୍ତି। ଗଁଦିଆ ବ୍ଲକର ଗଁଦିଆରୁ ଜଣେ ଅଛନ୍ତି। କଙ୍କଡାହାଡ ବ୍ଲକର ତରଜଙ୍ଗାରୁ ଜଣେ ଅଛନ୍ତି। ପର୍ଜଙ୍ଗ ବ୍ଲକର ବଡ଼ଝରାରୁ ଜଣେ ଅଛନ୍ତି।

ଗତକାଲି ଜିଲ୍ଲାରେ୧୫୯୬ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୭୫  ହଜାର ୫୧୦ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୭୪୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୪୪ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୮ ହଜାର ୧୦୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୫୩୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | Odisha Covid Updates:ଆଜି ଓଡ଼ିଶାରେ ୧୯୧୭ଜଣ ପଜିଟିଭ ଚିହ୍ନଟ

Share this: