Maharashtra Landslides: ମହାରାଷ୍ଟ୍ରରେ ଭୂସ୍ଖଳନ ହେତୁ ୩୦ଜଣଙ୍କ ମୃତ୍ୟୁ, ସଂଖ୍ୟା ବଢିପାରେ

Share this:

ରାୟଗଡ: ମହାରାଷ୍ଟ୍ର (Maharashtra) ରେ ପ୍ରବଳ ବର୍ଷା ଜାରୀରହିଛି। ରାଜ୍ୟର ରାୟଗଡ ଜିଲ୍ଲାର ମହାଡ ଗ୍ରାମରେ ଭୂସ୍ଖଳନ (Landslides) ଯୋଗୁଁ ୩୦ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ପୋଲିସ କହିଛି ଯେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ କାରଣ ଅନେକ ଲୋକ ତଳେ ଫସିଥିବାର ଭୟ ରହିଛି।

ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଦେଖାଦେଇଛି।  ଅନେକ ସ୍ଥାନରେ ଭୂସ୍ଖଳନ ହେବାର ଖବର ରହିଛି। ଅଧିକାରୀ କହିଛନ୍ତି ଯେ ମହଡ଼ରେ ଭୂସ୍ଖଳନ ସ୍ଥାନରୁ ୩୦ଟି ମୃତଦେହ ଉଦ୍ଧାର କରାଯାଇଛି। ମୁମ୍ବାଇଠାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ଏକ ଏନଡିଆରଏଫ (NDRF) ଦଳ ମହଡ଼ରେ ପହଞ୍ଚିଛି ଏବଂ ଅନ୍ୟ ଏକ ଦଳ ଶୀଘ୍ର ସେଠାରେ ପହଞ୍ଚିବେ ବୋଲି ଅଧିକାରୀ କହିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ସମୀକ୍ଷା କରୁଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ପାହାଡର କିଛି ଅଂଶ ଖସିଯିବା କାରଣରୁ କିଛି ଘର ଭୂସ୍ଖଳନ ଘଟିଥିଲା। ସେଠାରେ ୨୦ ଟି ସ୍ଥାନୀୟ ଉଦ୍ଧାରକାରୀ ଦଳ ଆବର୍ଜନା ସଫା କରିବାରେ ନିୟୋଜିତ ଥିବାବେଳେ ନିଖୋଜ ଲୋକଙ୍କୁ ଏନଡିଆରଏଫ ଏବଂ ପୋଲିସ ଖୋଜାଖୋଜି କରୁଛନ୍ତି। ସ୍ଥାନୀୟ ପ୍ରଶାସନ ବର୍ତ୍ତମାନ ଉଦ୍ଧାର ହୋଇଥିବା ମୃତଦେହ ଚିହ୍ନଟ କରିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଠାକରେଙ୍କ ସହ ମହାରାଷ୍ଟ୍ରର କେତେକ ଭାଗରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଉତ୍ପନ୍ନ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମହାରାଷ୍ଟ୍ରର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଉପୁଜିଥିବା ସ୍ଥିତି ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛି । ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ଯଥାସମ୍ଭବ ସହାୟତା ନିମନ୍ତ୍ରେ ପ୍ରତିଶ୍ରୁତି ଦେଇଛି। ସମସ୍ତଙ୍କ ନିରାପତ୍ତା ଓ କୁଶଳତା ପାଇଁ ପ୍ରାର୍ଥନା କରୁଛି।’

Also Read | Odisha Covid Updates:ଆଜି ଓଡ଼ିଶାରେ ୧୯୧୭ଜଣ ପଜିଟିଭ ଚିହ୍ନଟ

[amazon_auto_links id=”9939″]

Share this: