Angul Covid19 Update: ଆଜି ୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ,ମୋଟ ୨୪୯୬

Share this:

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ କେବେ କମ ହେବ କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା। ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା। ପୁଣି ଆଜି ଶୁକ୍ରବାର ୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତ ସଂଖ୍ୟା ୨୪୯୬ ରେ ପହଁଚିଛି।

ଆଜି ଚିହ୍ନଟ ଆକ୍ରାନ୍ତ ମାନଙ୍କ ମଧ୍ୟରେ କଣିହାଁ ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୧୫ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୪ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୩ ଜଣ, ତାଳଚେର ପୌରାଞ୍ଚଳରୁ ୧୩ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୨ ଜଣ, ଅନୁଗୋଳ ପୌରାଞ୍ଚଳରୁ ୧୧ ଜଣ , ପାଳଲହଡା ବ୍ଳକ୍ ଅଞ୍ଚଳରୁ ୭ ଜଣ, ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୬ ଜଣ , କିଶୋରନଗର ବ୍ଲକ୍ ଅଞ୍ଚଳରୁ ୪ ଜଣ ଓ ଆଠମଲ୍ଲିକ ବ୍ଳକ୍ ଅଞ୍ଚଳରୁ ୨ ଜଣ ସଂକ୍ରମିତ ଅଛନ୍ତି।

Image Credit:@angul_dm

ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି ଓ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୧୧୩ ଜଣ ସୁସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮ ଜଣ କୋଭିଡ ହସପିଟାଲରୁ ଓ ୧୦୫ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read:

Covid19 Odisha Updates: ଆଜି ରାଜ୍ୟରେ ୪,୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ୧,୩୭,୫୬୭

Cut Off Mark: ପ୍ରକାଶ ପାଇଲା +2 କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍ ଅଫ୍ ମାର୍କ

Share this: