Odisha Assembly Winter Session: ଆସନ୍ତା କାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ

Share this:

ଭୂବନେଶ୍ଵର: ଓଡ଼ିଶା ବିଧାନସଭାର (Odisha Assembly) ଷୋଡଶ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେବ। ଅଧିବେଶନକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ କରାଇବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

କରୋନା ମହାମାରୀ (Corona  Pandemic) କୁ ଦୃଷ୍ଟିରେ ରଖି ବିଧାନସଭା ପକ୍ଷରୁ ବିଭିନ୍ନ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ଗୃହକୁ ଆସିବାକୁ ଥିବା ସମସ୍ତ ସଦସ୍ୟ ଓ କର୍ମଚାରୀମାନଙ୍କର କରୋନା ଟେଷ୍ଟକରାଯାଇଛି। ବିଏମ୍‍ସି (BMC) ପକ୍ଷରୁ ପ୍ରତିଦିନ ବିଧାନସଭା ପରିସରକୁ ଦୁଇଥର ବିଶୋଧନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁ ବରିଷ୍ଠ ବିଧାୟକମାନେ ଚାହିଁବେ ସେମାନେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ସଭାକକ୍ଷ ବା ଲୋକସେବା ଭବନ କିମ୍ବା ଏନ୍‍ଆଇସି ଓ ଓକାକ୍‍ କାର୍ଯ୍ୟାଳୟରୁ ଅଧିବେସନରେ ଭାଗ ନେଇପାରିବେ। ଚଳିତଥର ଅଧିବେସନ ସମୟରେ ଅଣତାରକା ପ୍ରଶ୍ନର ଉତ୍ତର ବିଧାୟକମାନଙ୍କୁ ଡାକଯୋଗେ ପଠାଇ ଦିଆଯିବ।

Also Read | Nagrota Encounter: ସୁରକ୍ଷା ବାହିନୀ ଦ୍ଵାରା ଟ୍ରକ ବିସ୍ଫୋରଣ କରି ଚାରି ଆତଙ୍କବାଦୀକୁ ହତ୍ୟା

[amazon_auto_links id=”9939″]

Share this: