Japan Covid-19: ଜାପାନରେ କରୋନାର 3rd Wave, ଗୋଟିଏ ଦିନରେ ଦୁଇ ହଜାରରୁ ଅଧିକ ଚିହ୍ନଟ

Share this:

◉ ବିଶ୍ୱରେ ୫.୬୫ କୋଟିରୁ ଅଧିକ ସଂକ୍ରମିତ, ୧୩.୫୩ ଲକ୍ଷ ମୃତ୍ୟୁ ଘଟିଛି, ୩.୯୩ କୋଟି ଲୋକ ଆରୋଗ୍ୟ ହୋଇଛନ୍ତି

◉ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧.୧୮ କୋଟିରୁ ଅଧିକ, ଏପର୍ଯ୍ୟନ୍ତ ୨.୫୬ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି

କରୋନା ଭୂତାଣୁ (Corona Virus) ସଂକ୍ରମିତ ସଂଖ୍ୟାକୁ କମ୍ ରଖିବାରେ ଜାପାନ (Japan) ସଫଳ ହୋଇଛି। ଏହା ସତ୍ତ୍ୱେ ଦେଶରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହାମାରୀର ତୃତୀୟ ଲହରୀ (3rd Wave) ଏଠାରେ ପହଞ୍ଚିଛି।

ବୁଧବାର ପ୍ରଥମ ଥର ପାଇଁ ଦୁଇ ହଜାରରୁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଏପର୍ଯ୍ୟନ୍ତ ସମୁଦାୟ ୧,୨୦,୮୧୫ ରୋଗୀଙ୍କୁ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧,୯୧୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ୧୩,୨୦୫ ସକ୍ରିୟ ମାମଲା ଅଛି।

ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦା ସୁଗା (Yoshihide Suga) ଗୁରୁବାର କହିଛନ୍ତି ଯେ କରୋନାକୁ ନିୟନ୍ତ୍ରଣ ହେବା ପାଇଁ ଦେଶ ବର୍ତ୍ତମାନ ସର୍ବାଧିକ ସତର୍କ ରହିଛି। ବିଶେଷକରି ବାହାରେ ଖାଇବା ସମୟରେ ସତର୍କତା ଭାବରେ ମାସ୍କ ପିନ୍ଧିବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ।

ବିଶେଷଜ୍ଞ ପ୍ୟାନେଲର ପରାମର୍ଶକୁ ଆଧାର କରି ସେମାନେ କିଛି ଦୃଢ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ସେ କହିଛନ୍ତି। ଏହି ପ୍ୟାନେଲ୍ ଏହି ସପ୍ତାହରେ ସେମାନଙ୍କ ରିପୋର୍ଟ ଦାଖଲ କରିବ।

Also Read| Corona Vaccine India: ଭାରତ ୧୫୦ କୋଟି ଡୋଜ କରୋନା ଟିକା ବୁକିଂ କରିଛି, ଲୋକସଂଖ୍ୟାଠାରୁ ଅଧିକ

[amazon_auto_links id=”10233″]

Share this: