Odisha Covid19: ଆଜି ରାଜ୍ୟରେ ଆଉ ୨୩୭୭ ଜଣ କରୋନାରୁ ମୁକ୍ତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୩୭୭  ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୫୯ହଜାର ୪୧୮କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩୯୪ ଜଣ, କଟକରୁ ୧୨୨ଜଣ, ଅନୁଗୋଳରୁ ୨୦୪ଜଣ, ବରଗଡ଼ରୁ ୮୮ ଜଣ, ଯାଜପୁରରୁ ୧୦୭ଜଣ, ମୟୁରଭଞ୍ଜରୁ ୧୨୬ ଜଣ, ଭଦ୍ରକରୁ ୭୭ଜଣ, ବାଲେଶ୍ଵରରୁ ୧୬୨ଜଣ, ଢେଙ୍କାନାଳରୁ ୩୪ଜଣ, ପୁରୀରୁ ୫୯ ଜଣ, ଜଗତସିଂପୁରରୁ ୫୦ ଜଣ, ରାୟଗଡାରୁ ୨୯ଜଣ, ଗଞ୍ଜାମରୁ ୩୪ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୫୦ଜଣ, ନୟାଗଡରୁ ୨୧ ଜଣ, ସୋନପୁରରୁ ୬୪ ଜଣ, ବଲାଙ୍ଗୀରରୁ ୮୭ ଜଣ, ସୁନ୍ଦରଗଡରୁ ୧୦୯ଜଣ, ଝାରସୁଗୁଡାରୁ ୮୫  ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫ ଜଣ, କେନ୍ଦ୍ରାପଡା ୬୪ ଜଣ, କୋରାପୁଟରୁ  ୨୮ ଜଣ, କେଉଁଝରରୁ ୫୦ଜଣ, କନ୍ଧମାଳରୁ ୩୩ ଜଣ, ନୂଆପଡ଼ାରୁ ୬୫   ଜଣ, କଳାହାଣ୍ଡିରୁ ୭୨ଜଣ, ବୌଦ୍ଧରୁ ୩୩ ଜଣ, ମାଲକାନଗିରି ଜିଲ୍ଲାରୁ ୩୧ ଜଣ, ଦେଓଗଡରୁ ୧୦ଜଣ, ରାୟଗଡାରୁ ୨୯ଜଣ ଏବଂ ଷ୍ଟେଟ୍ ପୁଲରୁ ୬୮ ଜଣ ସୁସ୍ଥ ହୋଇଛନ୍ତି।

Also Read | Covid19 India Updates: ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୮୯ ପ୍ରତିଶତରୁ ଅଧିକ

Share this: