Corona Odisha Live: ଆଜି ରାଜ୍ୟରୁ ୧୭୮୪ କରୋନା ପଜିଟିଭ ଚିହ୍ନଟ, ମୋଟ ସଂକ୍ରମିତ ୧୦ ହଜାର ୫୦୩

Share this:

ଭୁବନେଶ୍ଵର: ଆଜି ରାଜ୍ୟର ୩୦ ଜିଲ୍ଲାରୁ ୧୭୮୪ ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୦୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୭୪୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିନା ଲକଡାଉନରେ କରୋନା ସହ ଲଢିବା, ସଭିଏଁ ମାସ୍କ ପିନ୍ଧିବା ଏବଂ ସମସ୍ତ କୋଭିଡ଼ ନିୟମ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।   

ଆଜି ସର୍ବାଧିକ ୩୦୩ ଜଣ କରୋନା ସଂକ୍ରମିତ ନୂଆପଡ଼ାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୨୦ଜଣ, ବାଲେଶ୍ଵରରୁ ୭୨ଜଣ, ବରଗଡ଼ରୁ ୮୭ଜଣ, ଭଦ୍ରକରୁ ୩୦ଜଣ, ବଲାଙ୍ଗରିରୁ ୯୧ଜଣ, ବୌଦ୍ଧରୁ ୪ଜଣ, କଟକରୁ ୫୯ଜଣ, ଦେଓଗଡ଼ରୁ ୧୨ଜଣ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ୧୬ଜଣ, ଗଞ୍ଜାମରୁ ୮୦ଜଣ, ଜଗତସିଂପୁରରୁ ୭ଜଣ, ଯାଜପୁରରୁ ୩୩ଜଣ, ଝାରସୁଗୁଡାରୁ ୧୦ଜଣ, କଳାହାଣ୍ଡିରୁ ୬୮ଜଣ, କନ୍ଧମାଳରୁ ୧୩ଜଣ, କେଉଁଝରରୁ ୫୪ଜଣ, କୋରାପୁଟରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୧୮ଜଣ, ଖୋର୍ଦ୍ଧାରୁ ୨୦୧ଜଣ, ମୟୁରଭଞ୍ଜରୁ ୨୭ଜଣ, ମାଲକାନଗିରିରୁ ଜଣେ, ନବରଙ୍ଗପୁରରୁ ୬୭ଜଣ, ନୟାଗଡ଼ରୁ ୧୪ଜଣ, ପୁରୀରୁ ୫୩ଜଣ, ରାୟଗଡାରୁ ୨୫ଜଣ, ସମ୍ବଲପୁରରୁ ୧୧୪ଜଣ, ସୋନପୁରରୁ ୬ଜଣ,ସୁନ୍ଦରଗଡରୁ ୨୪୧ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୪୬ଜଣ ସଂକ୍ରମିତ ହୋଇଛନ୍ତି।

PC_header2 amazon

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୪ ଲକ୍ଷ୨୮ ହଜାର ୪୬୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୫୩ ହଜାର ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୩୮ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୪୦   ହଜାର ୬୦୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ହଜାର ୫୦୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Share this: