Corona Odisha Live: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୨୨୬୭ କରୋନା ପଜିଟିଭ ଚିହ୍ନଟ, ମୋଟ ସଂକ୍ରମିତ ୧୨ ହଜାରରୁ ଅଧିକ

Share this:

ଭୁବନେଶ୍ଵର: ଆଜି ରାଜ୍ୟର ୨୯ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୨୨୬୭ ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଗତ କାଲିଠାରୁ  ଆଜି ଏକାଥରକେ ୫୦୦ରୁ ଅଧିକ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟ ପାଇଁ ଏକ ଚିନ୍ତାଜନକ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୩୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୯୫୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିନା ଲକଡାଉନରେ କରୋନା ସହ ଲଢିବା, ସଭିଏଁ ମାସ୍କ ପିନ୍ଧିବା ଏବଂ ସମସ୍ତ କୋଭିଡ଼ ନିୟମ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।     

ଆଜି ସର୍ବାଧିକ ୪୫୮ଜଣ କରୋନା ସଂକ୍ରମିତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୪୮ ଜଣ, ବାଲେଶ୍ଵରରୁ ୬୭ଜଣ, ବରଗଡ଼ରୁ ୧୨୦ଜଣ, ଭଦ୍ରକରୁ ୨୮ଜଣ, ବଲାଙ୍ଗରିରୁ ୯୩ଜଣ, କଟକରୁ ୧୧୭ଜଣ, ଦେଓଗଡ଼ରୁ ୧୨ଜଣ, ଢେଙ୍କାନାଳରୁ ୫ଜଣ, ଗଜପତିରୁ ୩୧ ଜଣ, ଗଞ୍ଜାମରୁ ୭୦ଜଣ, ଜଗତସିଂପୁରରୁ ୩୫ଜଣ, ଯାଜପୁରରୁ ୫୨ଜଣ, ଝାରସୁଗୁଡାରୁ ୫୫ଜଣ, କଳାହାଣ୍ଡିରୁ ୩୪ଜଣ, କନ୍ଧମାଳରୁ ୧୨ଜଣ, କେଉଁଝରରୁ ୫୫ଜଣ, କୋରାପୁଟରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, ଖୋର୍ଦ୍ଧାରୁ ୩୪୮ଜଣ, ମୟୁରଭଞ୍ଜରୁ ୬୦ଜଣ, ମାଲକାନଗିରିରୁ ୨ଜଣ, ନବରଙ୍ଗପୁରରୁ ୧୦୪ଜଣ, ନୟାଗଡ଼ରୁ ୧୯ଜଣ,ନୂଆପଡ଼ାରୁ ୧୦୪ଜଣ, ପୁରୀରୁ ୭୦ଜଣ, ରାୟଗଡାରୁ ୨୭ଜଣ, ସମ୍ବଲପୁରରୁ ୧୨୦ଜଣ, ସୋନପୁରରୁ ୧୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୧ଜଣ ସଂକ୍ରମିତ ହୋଇଛନ୍ତି।

PC_header2 amazon

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୪ ଲକ୍ଷ ୬୧ ହଜାର ୭୨୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୫୫ ହଜାର ୩୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୨୩ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୪୧    ହଜାର ୧୨୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ହଜାର ୨୪୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | Bengal Election: ଦିଦି…ଓ …ଦିଦି ବଙ୍ଗଳାର ପିଲାମାନେ କହିବା ଆରମ୍ଭ କରିଛନ୍ତି: ପିଏମ ମୋଦୀ

Share this: