Odia New Year: ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Sri  Narendra Modi) ଓଡିଆ ନୂଆ ବର୍ଷ (Odia New  Year) ଓ ମହାବିଷୁବ ପଣା ସଂକ୍ରାନ୍ତି (Maha Bishuba Pana Sankranti) ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଟୁଇଟ୍‌ କରି ଶ୍ରୀ ମୋଦୀ ସମସ୍ତଙ୍କୁ “ଓଡିଆ ନୂଆ ବର୍ଷର ଶୁଭେଚ୍ଛା!” ଏବଂ ଲେଖିଛନ୍ତି,  “ଓଡିଆ ନୂଆ ବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଓଡିଶାବାସୀଙ୍କୁ ମୋର ହୃଦୟରୁ ଶୁଭେଚ୍ଛା। ମୁଁ ପ୍ରାର୍ଥନା କରୁଛି ଯେ ଆପଣମାନଙ୍କର ସମସ୍ତ ଆକାଂକ୍ଷା ଆସନ୍ତା ବର୍ଷରେ ପୂରଣ ହେଉ। ସମସ୍ତେ ସ୍ୱାସ୍ଥ୍ୟ ଏବଂ ସୁଖରେ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ”

Also Read | Bengal Election: ଦିଦି…ଓ …ଦିଦି ବଙ୍ଗଳାର ପିଲାମାନେ କହିବା ଆରମ୍ଭ କରିଛନ୍ତି: ପିଏମ ମୋଦୀ

Share this: