Corona: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ରେକର୍ଡ ବୃଦ୍ଧି, ୧ଲକ୍ଷ ୮୪ ହଜାରରୁ ଅଧିକ ନୂତନ ମାମଲା, ୧୦୦୦ରୁ ଅଧିକ ମୃତ୍ୟୁ

Share this:

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ (Corona Virus) ଅନିୟନ୍ତ୍ରିତ ଗତିରେ ବଢୁଛି। କୋଭିଡ ସଂକ୍ରମଣର ଦୈନିକ କ୍ଷେତ୍ରରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ଫଳରେ ରୋଗୀଙ୍କ ଗ୍ରାଫ୍ ବହୁତ ଦ୍ରୁତ ଗତିରେ ବଢୁଛି। ପ୍ରତିଦିନ କରୋନା ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ମହାମାରୀ ଦେଶର ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ପ୍ରଥମ ଥର ପାଇଁ ଦେଶରେ ୧ ଲକ୍ଷ ୮୪ ହଜାରରୁ ଅଧିକ ରୋଗୀ କୋଭିଡ-୧୯ (Covid-19) ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ସହିତ ଭାରତରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ କୁ ବୃଦ୍ଧି ପାଇଛି। ଏଥି ସହିତ ଦେଶରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏକ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ  ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ  ବୁଧବାର ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧ କୋଟି ୮୪ ହଜାର ୩୭୨ ଟି ନୂଆ ମାମଲା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୨୭ ମୃତ୍ୟୁ ଘଟିଥିବାବେଳେ ଦେଶରେ କୋଭିଡ କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୭୨ ହଜାର ୮୫ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୧୩ ଲକ୍ଷ ୬୫ ହଜାର ୭୦୪ ଅଟେ। ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧ କୋଟି ୨୩ ଲକ୍ଷ ୩୬ ହଜାର ୩୬ ଜଣ ଲୋକ ଏହି ରୋଗରୁ ମୁକ୍ତି ପାଇଥିବାବେଳେ ମୃତ୍ୟୁ ହାର ୧.୨୫ ପ୍ରତିଶତ।

PC_header2 amazon

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ :

  • ସମୁଦାୟ ନୂତନ ମାମଲା-୧ ଲକ୍ଷ ୮୪ ହଜାର ୩୭୨ (ଗତ ୨୪ ଘଣ୍ଟା ମଧ୍ୟରେ)
  • ମୋଟ ମୃତ୍ୟୁ-୧୦୨୭ (ଗତ ୨୪ ଘଣ୍ଟା ମଧ୍ୟରେ)
  • ମୋଟ ଆରୋଗ୍ୟ ରୋଗୀ: ୮୨ ହଜାର ୩୩୯ (ଗତ ୨୪ ଘଣ୍ଟା ମଧ୍ୟରେ)
  • ମୋଟ ସଂକ୍ରମିତ ରୋଗୀ-୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ମୃତ୍ୟୁ-୧ ଲକ୍ଷ ୭୨ ହଜାର ୮୫
  • ବର୍ତ୍ତମାନ ପର୍ଯ୍ୟନ୍ତ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା-୧ କୋଟି ୨୩ ଲକ୍ଷ ୩୬ ହଜାର ୩୬  

[amazon_auto_links id=”10233″]

Share this: