Odisha Covid19: ଆଜି ୩୪୪୩ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୨,୧୯,୧୧୯

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩ ହଜାର ୪୪୩ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨ ହଜାର ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୪୨୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୦୧ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୫୪ ଜଣ, କଟକରୁ ୩୫୯ ଜଣ, କନ୍ଧମାଳ ଜିଲ୍ଲାରୁ ୧୦୩ ଜଣ, କୋରାପୁଟରୁ ୫୨ ଜଣ, କେନ୍ଦ୍ରାପଡ଼ାରୁ ୧୦୧ ଜଣ, କେଉଁଝରରୁ ୯୭ ଜଣ ଓ କଳାହାଣ୍ଡିରୁ ୭୬ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୩୧ ଜଣ, ସୁନ୍ଦରଗଡ଼ରୁ ୮୧ ଜଣ ଓ ସୋନପୁର ଜିଲ୍ଲାରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୩୦ ଜଣ, ଜଗତସିଂହପୁରରୁ  ୭୮ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୭୭ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୧୧୧ ଜଣ, ବାଲେଶ୍ଵରରୁ ୧୫୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୧୪ ଜଣ, ବୌଦ୍ଧରୁ ୧୦ ଜଣ ଏବଂ ଭଦ୍ରକରୁ ୯୫ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୧୮ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୩୨ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୮୮ ଜଣ, ନବରଙ୍ଗପୁରରୁ ୮୯ ଜଣ ଓ ନୂଆପଡ଼ାରୁ ୮୭ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୪୭  ଜଣ, ଦେଓଗଡରୁ ୧୩ ଜଣ, ରାୟଗଡାରୁ ୨୯ ଜଣ, ଅନୁଗୋଳରୁ ୧୦୦  ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୪୧ ଜଣ ଏବଂ ମାଲକାନଗିରିରୁ ୨୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୫୪ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୨ ଲକ୍ଷ ୫୦ ହଜାର ୯୯୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୧୯ ହଜାର ୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬ ହଜାର ୭୪୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏଥିସହିତ ରାଜ୍ୟରେ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୪୨ରେ ପହଞ୍ଚିଛି।  

Also Read: Covid19 India: ସର୍ବାଧିକ ସୁସ୍ଥତା ଓ ଆକ୍ରାନ୍ତ ୧୦ ରାଜ୍ୟରେ ଓଡ଼ିଶା,ଭାରତରେ ସୁସ୍ଥତା ହାର ୮୩ ପ୍ରତିଶତକୁ ବୃଦ୍ଧି

Share this: