Covid19 Angul: ଅନୁଗୋଳ ଜିଲାରୁ ଆଜି ୧୩୩ ଜଣ କରୋନା ପଜିଟିଭ ଚିହ୍ନଟ,୧୨୮ ଜଣ ସୁସ୍ଥ

Share this:

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ପୁଣି ୧୩୩ ଜଣ ନୂଆ କରୋନା ପଜିଟିଭ (Covid -19) ଚିହ୍ନଟ ହୋଇଛନ୍ତି। ଏଥିସହିତ 128 ଜଣ ସୁସ୍ଥମଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ କୋଭିଡ ହସପିଟାଲରୁ ଓ ୧୧୬ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୨୮ ଜଣ , ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୨୨, ଅନୁଗୋଳ ପୌରାଞ୍ଚଳରୁ ୨୨ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୭ ଜଣ , ତାଳଚେର ବ୍ଲକ୍ ଅଞ୍ଚଳରୁ ୧୨ ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ୧୨ ଜଣ ଅଛନ୍ତି।

ସେହିପରି କଣିହାଁ ବ୍ଳକ୍ ଅଞ୍ଚଳରୁ ୯ ଜଣ, ପାଲଲହଡା ବ୍ଲକ ଅଞ୍ଚଳରୁ ୮ ଜଣ, ତାଳଚେର ପୌରାଞ୍ଚଳରୁ ୨ ଜଣ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଚିହ୍ନଟ ହୋଇଛନ୍ତି।

ADVERTISEMENT

ଆଜି ଚିହ୍ନଟ ସମସ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି

Also Read: Whatsapp New Features : କେହି ଆପଣଙ୍କୁ ବ୍ଲକ କରିଛନ୍ତି କି? ଜାଣନ୍ତୁ କିପରି କରିବେ ମେସେଜ…

Share this: