Odisha Covid19: ଆଜି ୩୦୬୭ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩ ହଜାର ୬୭ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧ ହଜାର ୮୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୨୫୮ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୫୫ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୩୪ ଜଣ, କଟକରୁ ୨୩୦ ଜଣ, କନ୍ଧମାଳ ଜିଲ୍ଲାରୁ ୮୧ ଜଣ, କୋରାପୁଟରୁ ୫୫ ଜଣ, କେନ୍ଦ୍ରାପଡ଼ାରୁ ୯୪ ଜଣ, କେଉଁଝରରୁ ୮୧ ଜଣ ଓ କଳାହାଣ୍ଡିରୁ ୫୪ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୯୮ ଜଣ, ସୁନ୍ଦରଗଡ଼ରୁ ୬୨ ଜଣ ଓ ସୋନପୁର ଜିଲ୍ଲାରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୬୦ ଜଣ, ଜଗତସିଂହପୁରରୁ ୮୪ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୯୬ ଜଣ ସଂକ୍ରମିତ ହୋଇଛନ୍ତି।

Also read:Covid19 Cuttack: କଟକରେ ଘରୋଇ କରୋନା ପରୀକ୍ଷା ବନ୍ଦ

ସେହିପରି ବରଗଡ଼ରୁ ୬୯ ଜଣ, ବାଲେଶ୍ଵରରୁ ୧୪୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୭୮ ଜଣ, ବୌଦ୍ଧରୁ ୪୫ ଜଣ ଏବଂ ଭଦ୍ରକରୁ ୫୯ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨୧ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୭୮ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୮ ଜଣ, ନବରଙ୍ଗପୁରରୁ ୫୮ ଜଣ ଓ ନୂଆପଡ଼ାରୁ ୮୫ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୯୧ ଜଣ, ଦେଓଗଡରୁ ୧୫ ଜଣ, ରାୟଗଡାରୁ ୪୧ ଜଣ, ଅନୁଗୋଳରୁ ୧୨୯ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୪୩ ଜଣ ଏବଂ ମାଲକାନଗିରିରୁ ୨୪ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୨୧୧ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୨ ଲକ୍ଷ ୮୫୨ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୧୫ ହଜାର ୬୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୭ ହଜାର ୨୧୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

ମିଛ କେସରେ ଇସ୍ରୋ ବୈଜ୍ଞାନିକଙ୍କୁ ଜେଲ ଏବଂ କ୍ୟାରିଅର ନଷ୍ଟ ; ୧.୩୦ କୋଟି କ୍ଷତିପୂରଣ ମିଳିବ

Covid19 Free Area: ଓଡ଼ିଶାରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କରୋନା ଭୂତାଣୁ ପହଁଚିପାରିନି

LATEST DEALS ON SAMSUNG MOBILE PHONES CHECK OUT!!

Share this: