Covid19 Cuttack: କଟକରେ ଘରୋଇ କରୋନା ପରୀକ୍ଷା ବନ୍ଦ

Share this:

କଟକ: କଟକ ଜିଲ୍ଲାରେ କରୋନା (Corona) ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଗତକାଲି ୫୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। କରୋନା ମୁକାବିଲା ପାଇଁ ଅଧିକ ପରୀକ୍ଷା ଉପରେ ଗୁରୁତ୍ୱଦିଆଯାଉଥିବା ବେଳେ ଏବେ କଟକ ସହରରେ ଘରୋଇ ପରୀକ୍ଷା ବନ୍ଦ ହୋଇଯାଇଛି। ପୂର୍ବରୁ ଆରଟି ପିସିଆର (RT-PCR) ପରୀକ୍ଷା ବନ୍ଦ ହୋଇଥିଲା। ୪୫୦ ଟଙ୍କାରେ ଆଣ୍ଟିଜେନ ପରୀକ୍ଷା ପାଇଁ ଦର ଧାର୍ଯ୍ୟ ଘଟଣାକୁ ନେଇ ଏହି ବିବାଦ ସୃଷ୍ଟି ହେବା ଫଳରେ ଏବେ ଘରୋଇ ପରୀକ୍ଷା ବନ୍ଦ ହୋଇଛି।

ସୂଚନାଯୋଗ୍ୟ, କଟକ ସହରର ୧୮ଟି ଘରେଇ ଲାବ୍ରୋଟୋରୀ ଓ ନର୍ସିଂହୋମ କୋଭିଡ ପରୀକ୍ଷା ପାଇଁ ଅନୁମତି ପାଇଥିଲେ। ଆଣ୍ଟିଜେନ (Antigen) ପରୀକ୍ଷା ପାଇଁ ସରକାର ୪୫୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରିଥିଲେ। କିନ୍ତୁ ଘରୋଇ ସଂସ୍ଥା ଏଥିପାଇଁ ଅଧିକ ଟଙ୍କା ନେଉଥିବା ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ଚେତାବନି ଦିଆଯିବା ପରେ ଗତକାଲି ଘରୋଇ ସଂସ୍ଥାଗୁଡ଼ିକ କୌଣସି ଆଣ୍ଟିଜେନ୍‍ ପରୀକ୍ଷା କରିନଥିଲେ। ଅନ୍ୟପକ୍ଷରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‍ସି କମିଶନର ଅନନ୍ୟା ଦାସଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁମତି ପାଇଥିବା ଲାବ ଓ ହସ୍ପିଟାଲର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଆଣ୍ଟିଜେନ ପରୀକ୍ଷା ପାଇଁ ୪୫୦ ଟଙ୍କା ଓ ଆରଟି ପିସିଆର ପାଇଁ ୧୨ଶହ ଟଙ୍କାରୁ ଅଧିକ ନିଆଯାଇପାରିବ ନାହିଁ। ଯଦି କେହି ଅଧିକ ଟଙ୍କା ନିଅନ୍ତି ଓ ସେ ସଂପର୍କରେ ଅଭିଯୋଗ ଆସେ ତା’ହେଲେ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ତାଗିଦ କରାଯାଇଥିଲା।

Also Read:

Covid19 Free Area: ଓଡ଼ିଶାରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କରୋନା ଭୂତାଣୁ ପହଁଚିପାରିନି

Share this: