Hathras Case:ସିଏମ ଯୋଗୀ ଆଦିତ୍ୟନାଥ ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା,ସରକାରୀ ଚାକିରି ଏବଂ ଘର ଦେବାକୁ ଘୋଷଣା

Share this:

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହାଥରସ (Hathras) ହୃଦୟ ବିଦାରକ ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi AdityaNath) ନିଜେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୀଡିତାଙ୍କ ପରିବାରକୁ ଏହି ଘଟଣାର ତଦନ୍ତରେ ସହାୟତା କରିଛନ୍ତି। ସେ ପୀଡ଼ିତାଙ୍କ ପିତାଙ୍କ ସହିତ କଥାବାର୍ତ୍ତା କରି ସମସ୍ତ ସମ୍ଭାବ୍ୟ ସାହାଯ୍ୟକୁ ନିଶ୍ଚିତ କରିଛନ୍ତି।

ହାଥରସ ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଏମ୍ ଯୋଗୀ ନିଶ୍ଚିତ କରିଛନ୍ତି। ସରକାର ପରିବାର ସହିତ ଅଛନ୍ତି ବୋଲି ମଧ୍ୟ କହିଛନ୍ତି। ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ସରକାର ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ପରିବାରର ଜଣେ ସଦସ୍ୟକୁ  ଜୁନିୟର ଆସିଷ୍ଟାଣ୍ଟ ପଦବୀରେ ସରକାରୀ ଚାକିରି ଏବଂ ସରକାରୀ ଯୋଜନା ଅନ୍ତର୍ଗତ ହାଥ୍ରାସ ସହରରେ ଏକ ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।

ପିଡ଼ିତାଙ୍କ ବାପା ସିଏମ ଯୋଗୀଙ୍କୁ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ପୀଡିତାଙ୍କ ପରିବାରକୁ ସରକାର ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଉତ୍ତର ପ୍ରଦେଶ (Uttar Pradesh) ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି।

ଦେଶରେ ସବୁଆଡେ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ଗୁରୁତର ସହ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନିଜଣିଆ ଏସଆଇଟି (SIT) ଗଠନ କରିବା ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଡ଼ିତାଙ୍କ ପିତାଙ୍କ ସହ କଥା ହୋଇଥିଲେ। ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଗୃହ ସଚିବଙ୍କ ନେତୃତ୍ୱରେ ତିନି ଜଣିଆ ଏସଆଇଟି ଟିମ୍ ଏହି ଘଟଣାର ତଦନ୍ତ କରିବେ। ଏସଆଇଟିରେ ଦଲିତ ଏବଂ ମହିଳା ଅଧିକାରୀ ମଧ୍ୟ ଅଛନ୍ତି। ସମଗ୍ର ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଚାରିଜଣ ଅଭିଯୁକ୍ତ ପୋଲିସ ଅଧୀନରେ ଅଛନ୍ତି।

Also Read:New Laws: ଅକ୍ଟୋବର ପହିଲାରୁ ନୂଆ ନିୟମ,ଡ୍ରାଇଭିଂ ଲାଇସେନ୍ସ ତିଆରି ସହଜ,ଡକ୍ୟୁମେଣ୍ଟ ପାଖରେ ରଖିବା ଜରୁରୀ ନୁହେଁ;ଟିଭି କିଣିବା ମହଙ୍ଗା

Uttar Pradesh: ବାପା ମଜୁରୀ କରି ଘର ଚଳାଉଛନ୍ତି, କିନ୍ତୁ ୯ କୋଟି ୯୯ ଲକ୍ଷ ଟଙ୍କା ଝିଅ ଆକାଉଣ୍ଟରେ ଅଛି

Share this: