New Laws: ଅକ୍ଟୋବର ପହିଲାରୁ ନୂଆ ନିୟମ,ଡ୍ରାଇଭିଂ ଲାଇସେନ୍ସ ତିଆରି ସହଜ,ଡକ୍ୟୁମେଣ୍ଟ ପାଖରେ ରଖିବା ଜରୁରୀ ନୁହେଁ;ଟିଭି କିଣିବା ମହଙ୍ଗା

Share this:

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି। ସମଗ୍ର ଭାରତରେ ଏବେ ଗୋଟିଏ ରଙ୍ଗ ହେବ ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ (RC)।

ବର୍ତ୍ତମାନ ପୂର୍ବାପେକ୍ଷା ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ସହଜ ହେବ। ସରକାର କହିଛନ୍ତି ଯେ ୧ ଅକ୍ଟୋବର ୨୦୨୦ରୁ ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ (e-Challen) ସମେତ ଗାଡି ସହ ଜଡିତ ସମସ୍ତ ଡକ୍ୟୁମେଣ୍ଟ ଏକ ଆଇଟି ପୋର୍ଟାଲ ମାଧ୍ୟମରେ ରକ୍ଷଣାବେକ୍ଷଣ କରାଯିବ। ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଆପଣଙ୍କୁ ଅଧିକ ଡକ୍ୟୁମେଣ୍ଟ୍ ଦରକାର ନାହିଁ। ଡିଏଲ ତିଆରି କରିବା ପାଇଁ କେନ୍ଦ୍ର ସରକାର ନିୟମକୁ ସହଜ କରିଛନ୍ତି। ଆହୁରି ମଧ୍ୟ,ଗାଡି  ଯାଞ୍ଚ ସମୟରେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ବୈଧ ହୋଇଥିବା ଗାଡିର ଦଲିଲ ବଦଳରେ ହାର୍ଡ କପି ଦାବି କରାଯିବ ନାହିଁ।  ଲାଇସେନ୍ସ କର୍ତ୍ତୃପକ୍ଷଙ୍କ ଦ୍ଵାରା ଅଯୋଗ୍ୟ କିମ୍ବା ରଦ୍ଦ ଡ୍ରାଇଭିଂ ଲାଇସେନ୍ସ ସମ୍ବନ୍ଧୀୟ ସୂଚନା ପୋର୍ଟାଲରେ ରେକର୍ଡ ହେବ ଏବଂ ସମୟ ସମୟରେ ମଧ୍ୟ ଅପଡେଟ୍ (Update) ହେବ।

ଟିଭି କିଣିବା ୧ ଅକ୍ଟୋବର ମହଙ୍ଗା ହେବ। ଏହାର କାରଣ ହେଉଛି ଯେ ଅକ୍ଟୋବର ୧ ତାରିଖରୁ ସରକାର ଖୋଲା ସେଲ ଟିଭି ଆମଦାନୀ ଉପରେ ପାଞ୍ଚ ପ୍ରତିଶତ କଷ୍ଟମ ଡ୍ୟୁଟି (Custom Duty) ଲାଗୁ କରିବେ। ଏହା ଟିଭିର ମୂଲ୍ୟ ବୃଦ୍ଧି କରିବାର ସମ୍ଭାବନା ଅଛି। ଉତ୍ପାଦନକୁ ଉତ୍ସାହିତ କରିବା ପାଇଁ ସରକାର ଏହି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ୩୨ ଇଞ୍ଚ ଟେଲିଭିଜନର ମୂଲ୍ୟ ୬୦୦ ଟଙ୍କା ଏବଂ ୪୨ ଇଞ୍ଚର ମୂଲ୍ୟ ୧୨୦୦ ରୁ ୧,୫୦୦ କୁ ବୃଦ୍ଧି ହୋଇପାରେ। ସେହିପରି ବଡ଼ ଆକାରର ଟେଲିଭିଜନ ମୂଲ୍ୟରେ ବୃଦ୍ଧି ହେବ।  

Also Read: Unlock 5.0 Guidelines Education: ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସର୍ତ୍ତାବଳୀ

Covid19 Angul:ଅନୁଗୋଳ ଜିଲ୍ଲାରୁ ଆଜି ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ,୧୦୦ ଜଣ ସୁସ୍ଥ

Share this: