DL ସହିତ ଗାଡି କାଗଜପତ୍ରର ବୈଧତା ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢିଲା, ହେବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

Share this:

ନୂଆଦିଲ୍ଲୀ:ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ( Driving License ) ଏବଂ ମୋଟର ଗାଡି ଡକ୍ୟୁମେଣ୍ଟ ଗୁଡିକର ବୈଧତା ଶେଷ ହୋଇଯାଇଛି  ତାହେଲେ ୩୧ ଡିସେମ୍ବର ପର୍ଯ୍ୟନ୍ତ  ଚିଂତାମୁକ୍ତ ରୁହନ୍ତୁ। ବର୍ତ୍ତମାନ କରୋନୋ ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ ଏବଂ ମୋଟର ଯାନ କାଗଜପତ୍ରର ବୈଧତା ବର୍ତ୍ତମାନ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢେଇଦିଆ ଯାଇଛି। ପୂର୍ବରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କରାଯାଇଥିଲା। ଦେଶର ସାମ୍ପ୍ରତିକ ପରିସ୍ଥିତିରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏହି ପଦକ୍ଷେପ ଜନସାଧାରଣମାନଙ୍କୁ ବହୁତ ସାହାଯ୍ୟ କରିବ।

ବର୍ତ୍ତମାନ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମୋଟର ଯାନ ଅଧିନିୟମ ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ  ଚଳିତ ୩୧ ଡିସେମ୍ବର ପର୍ଯ୍ୟନ୍ତ ଫିଟନେସ, ଲାଇସେନ୍ସ, ପରମିଟ୍, ପଞ୍ଜୀକରଣର ବୈଧତା ପୁଣି ଥରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ମନ୍ତ୍ରଣାଳୟ ଏହା ପୂର୍ବରୁ ମୋଟରଯାନ କାଗଜପତ୍ରର ବୈଧତା ଚଳିତ ବର୍ଷ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା।

ଯଦି ଆପଣଙ୍କର ଡକ୍ୟୁମେଣ୍ଟଗୁଡିକର ବୈଧତା ସମାପ୍ତ ହୋଇଛି ଏବଂ ଆପଣ ଏହାକୁ ନବୀକରଣ କରିବାରେ ସକ୍ଷମ ହୋଇ ନାହାଁନ୍ତି, ତେବେ ଆପଣଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏଥିରେ କେବଳ ସେହି ଯାନଗୁଡିକ ଅନ୍ତର୍ଭୂକ୍ତ ହେବ ଯାହାର ବୈଧତା ୧ ଫେବୃଆରୀ ୨୦୨୦ ରୁ ୩୧ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ସମାପ୍ତ ହେଉଥିବ।

Also Read:

ମଲ୍ ଏବଂ ମଦ ଦୋକାନ ଖୋଲିପାରେ, ତେବେ ମନ୍ଦିର କାହିଁକି ନୁହେଁ? ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି

ସ୍ଵଚ୍ଛ ସର୍ବେକ୍ଷଣ -୨୦୨୦ କ୍ରମାଗତ ଚତୁର୍ଥ ଥର ପାଇଁ ଇନ୍ଦୋର ସ୍ୱଚ୍ଛ ସହର, ଓଡିଶାରୁ ବ୍ରହ୍ମପୁର

ବସରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା

Share this: