ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ( RD & labour, ESI) ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏନେଇ ମନ୍ତ୍ରୀ ନିଜେ ଟ୍ଵିଟ କରି ସୂଚନା ଦେଇଛନ୍ତି।

ଶ୍ରୀ ସିଂହ ନିଜ ଟୁଇଟରେ ଲେଖିଛନ୍ତି ‘ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ଏବଂ ସୁସ୍ଥ ଅଛି। ନିକଟରେ ଯେଉଁମାନେ ମୋ ସଂପର୍କରେ ଆସିଛନ୍ତି, ସେମାନେ ଆଇସୋଲେସନରେ ରହନ୍ତୁ ଏବଂ ପରୀକ୍ଷା କରାଇ ନେବାକୁ ଅନୁରୋଧ କରୁଛି।’

ସୂଚନାଯୋଗ୍ୟ, ଶ୍ରୀ ସୁଶାନ୍ତ ସିଂହ ରାଜ୍ୟର ପ୍ରଥମ ମନ୍ତ୍ରୀ, ଯିଏକି  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ରାଜ୍ୟର ୫ଜଣ ବିଧାୟକ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।

Share this: