ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିଧାୟକ କରୋନାରେ ମୃତ

Share this:

କୋଲକାତା: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ସମରେଶ ଦାସଙ୍କ ‌କରୋନାରେ ମୃତ୍ୟୁ ହୋଇଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା। ସୋମବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ବିଧାୟକ ସମରେଶ ଦାସଙ୍କ ଦେହାନ୍ତ ହୋଇଯାଇଛି।

ସୂଚନାଅନୁସାରେ , ୭୪ବର୍ଷୀୟ ବୟସ୍କ ବିଧାୟକ ସମରେଶ ଦାସ ପୂର୍ବ ମେଦିନାପୁର ଜିଲ୍ଲାର ଇଗ୍ରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ। ଲଗାତାର ୫ ଥର ଜିତିଥିବା ଶ୍ରୀ ଦାସ ପ୍ରଥମେ ବାମପନ୍ଥୀ ବିଧାୟକ ଥିଲେ ପରେ ତୃଣମୂଳ କଂଗ୍ରସରେ ଯୋଗ ଦେଇଥିଲେ।ଏହାପୂର୍ବରୁ ବିଧାୟକ ତମୋନଶ ଘୋଷଙ୍କର କରୋନାରେ ମୃତ୍ୟୁ ହୋଇଛି।

Share this: