Odisha Covid19: ଆଜି ରାଜ୍ୟରେ ପୁଣି ୩୮୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ,୧୬ ମୃତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୩ ହଜାର ୮୧୭ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର ୨୧୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୯୬୯ ଜଣ ସୁସ୍ଥ କଟକରୁ ୩୬୮ ଜଣ, ଅନୁଗୋଳରୁ ୧୨୨ ଜଣ, ବରଗଡ଼ରୁ ୧୫୧ ଜଣ, ଯାଜପୁରରୁ ୯୧ ଜଣ, ମୟୁରଭଞ୍ଜରୁ ୮୮ ଜଣ, ଭଦ୍ରକରୁ ୮୨ ଜଣ, ବାଲେଶ୍ଵରରୁ ୧୪୬ ଜଣ, ଢେଙ୍କାନାଳରୁ ୪୮ ଜଣ, ପୁରୀରୁ ୮୮ ଜଣ, ଜଗତସିଂପୁରରୁ ୧୨୪ ଜଣ, ରାୟଗଡାରୁ ୫୦ ଜଣ, ଗଞ୍ଜାମରୁ ୫୬ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୧୮ ଜଣ, ନୟାଗଡ ୭୧ ଜଣ, ସୋନପୁରରୁ ୮୩ ଜଣ, ବଲାଙ୍ଗୀରରୁ ୯୩ ଜଣ, ସୁନ୍ଦରଗଡରୁ ୧୧୦ ଜଣ, ଝାରସୁଗୁଡାରୁ ୬୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୬ ଜଣ, କେନ୍ଦ୍ରାପଡା ୧୦୬ ଜଣ, କୋରାପୁଟରୁ ୬୨, କେଉଁଝରରୁ ୮୬ ଜଣ, କନ୍ଧମାଳରୁ ୮୬ ଜଣ, ନୂଆପଡ଼ାରୁ ୧୩୫ ଜଣ, କଳାହାଣ୍ଡିରୁ ୬୯ ଜଣ, ଗଜପତିରୁ ୨୪ ଜଣ, ବୌଦ୍ଧରୁ ୪୫ ଜଣ, ମାଲକାନଗିରି ଜିଲ୍ଲାରୁ ୩୪ ଜଣ, ଦେଓଗଡରୁ ୧୪ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୬୪ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ଆଉ ୧୬ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି। ବାଲେଶ୍ୱର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧାରୁ ୩ ଓ କଟକରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନୁଗୁଳ, ବୌଦ, ମୟୂରଭଞ୍ଜ, ନବରଙ୍ଗପୁର,  ନୟାଗଡ଼, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Also Read: School Reopens : ଅକ୍ଟୋବର ୧୫ ରୁ ସର୍ତ୍ତ ସହିତ ଖୋଲିବ ବିଦ୍ୟାଳୟ; ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜାରି

Share this: