Nobel Prize 2020: ପଦାର୍ଥ ବିଜ୍ଞାନରେ ୩ ଜଣକୁ ନୋବେଲ ପୁରସ୍କାର

Share this:

ନୂଆଦିଲ୍ଲୀ: ଏବର୍ଷ ପଦାର୍ଥବିଜ୍ଞାନ( Physics) ରେ ୩ ଜଣକୁ ନୋବେଲ ପୁରସ୍କାର ମିଳିଛି। ରୋଜର ପେନ୍ରୋଜ (Roger Penrose) ଏବଂ ମିଳିତ ଭାବରେ ରେହିର୍ଡ ଜେନଜେଲ (Reinhard Genzel) ଓ ଆଣ୍ଡ୍ରେଆ ଗେଜ (Andrea Ghez) ଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।

ଆଲବର୍ଟ ଆଇନଷ୍ଟାଇନ (Albert Einstein)ଙ୍କ ଆପେକ୍ଷିକ ତତ୍ତ୍ଵ (Theory of Relativity) କୁ ଅନୁସନ୍ଧାନ କରିବା ପାଇଁ ପେନ୍ରୋଜ୍ ଚତୁର ଗାଣିତିକ (Ingenious Mathematical) ପଦ୍ଧତି ଉଦ୍ଭାବନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଏହି ସିଦ୍ଧାନ୍ତ ବ୍ଲାକ ହୋଲ (Black hole) ଗଠନକୁ ନେଇଥାଏ, ଯାହା ସମୟ ଏବଂ ସ୍ପେସକୁ ନିଜ ଆୟତ୍ତକୁ ନେଇଥାଏ।  

ସେହିପରି ଜେନଜେଲ ଏବଂ ଗେଜ ଆବିଷ୍କାର କଲେ ଯେ ଏକ ଅଦୃଶ୍ୟ ଏବଂ ଅତ୍ୟଧିକ ଭାରୀ ବସ୍ତୁ ଆମ ଗାଲାକ୍ସିର ମଧ୍ୟଭାଗରେ ତାରାମାନଙ୍କର କକ୍ଷପଥକୁ ନିୟନ୍ତ୍ରଣ କରେ (Invisible and extremely heavy object governs the orbits of stars at the center of our galaxy)।

Also Read: India Covid19:ଭାରତରେ କରୋନା ସଂକ୍ରମିତ ହ୍ରାସ, ୨୪ ଘଣ୍ଟାରେ ୬୧୨୬୭ ନୂତନ ଚିହ୍ନଟ, ୮୮୪ ମୃତ୍ୟୁ

Share this:

Leave a Reply

Your email address will not be published. Required fields are marked *