India Covid19:ଭାରତରେ କରୋନା ସଂକ୍ରମିତ ହ୍ରାସ, ୨୪ ଘଣ୍ଟାରେ ୬୧୨୬୭ ନୂତନ ଚିହ୍ନଟ, ୮୮୪ ମୃତ୍ୟୁ

Share this:

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୧ ହଜାର ୨୬୭ ନୂତନ କରୋନା (Corona Virus) ସଂକ୍ରମିତ ଚିହ୍ନଟ ହେବ ସହିତ ୮୮୪  ଜଣଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମୋଟ ୬୬ ଲକ୍ଷ ୮୫ ହଜାର ୮୩ ସଂକ୍ରମିତଙ୍କ ମଧ୍ୟରୁ ୯ ଲକ୍ଷ ୧୯ ହଜାର ୨୩ ସକ୍ରିୟ ମାମଲା ରହିଛି। ସେହିପରି ୫୬ ଲକ୍ଷ ୬୨ ହଜାର ୪୯୧ ଆରୋଗ୍ୟ ହୋଇଛି। ଏଥି ସହିତ  ୧ ଲକ୍ଷ ୩ ହଜାର ୫୬୯ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ୯୦୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସ୍ଥାନରୁ ୮୨ % ନୂତନ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ଘଟିଥିବା ୩୬ % ମୃତ୍ୟୁ ମଧ୍ୟରୁ ୩୨୬ ଜଣ ମହାରାଷ୍ଟ୍ରରୁ, ୬୭  ଜଣ କର୍ଣ୍ଣାଟକର ରିପୋର୍ଟ କରିଛନ୍ତି।

ସୂଚନାଯୋଗ୍ୟ କରୋନା ମାମଲାରେ ଭାରତ, ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣରେ  ଏପର୍ଯ୍ୟନ୍ତ ଦୁନିଆରେ ମୋଟ ୧୦ ଲକ୍ଷ ୨୨ ହଜାର ୯୭୬ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭ ହଜାର ୮୦୮ ରେ ପହଁଚିଛି।

Also Read: School Reopens : ଅକ୍ଟୋବର ୧୫ ରୁ ସର୍ତ୍ତ ସହିତ ଖୋଲିବ ବିଦ୍ୟାଳୟ; ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜାରି

Share this:

One thought on “India Covid19:ଭାରତରେ କରୋନା ସଂକ୍ରମିତ ହ୍ରାସ, ୨୪ ଘଣ୍ଟାରେ ୬୧୨୬୭ ନୂତନ ଚିହ୍ନଟ, ୮୮୪ ମୃତ୍ୟୁ

Leave a Reply

Your email address will not be published. Required fields are marked *