Odisha Covid19: ଆଜି ରାଜ୍ୟରେ ପୁଣି ୪୦୯୮ଜଣ କରୋନା ଆକ୍ରାନ୍ତ ସୁସ୍ଥ,୧୭ ମୃତ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୪ ହଜାର ୯୮ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୬ ହଜାର ୪୦୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭୦୪ ଜଣ ସୁସ୍ଥ କଟକରୁ ୩୮୬ ଜଣ, ଅନୁଗୋଳରୁ ୧୬୫ ଜଣ, ବରଗଡ଼ରୁ ୧୧୦ ଜଣ, ଯାଜପୁରରୁ ୧୧୬ ଜଣ, ମୟୁରଭଞ୍ଜରୁ ୧୩୯ ଜଣ, ଭଦ୍ରକରୁ ୧୨୫ ଜଣ, ବାଲେଶ୍ଵରରୁ ୩୩୬ ଜଣ, ଢେଙ୍କାନାଳରୁ ୧୦୭ ଜଣ, ପୁରୀରୁ ୧୦୪ ଜଣ, ଜଗତସିଂପୁରରୁ ୧୨୩ ଜଣ, ରାୟଗଡାରୁ ୪୨ ଜଣ, ଗଞ୍ଜାମରୁ ୪୨ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୭୮ ଜଣ, ନୟାଗଡ ୭୯ ଜଣ, ସୋନପୁରରୁ ୪୬ ଜଣ, ବଲାଙ୍ଗୀରରୁ ୭୦ ଜଣ, ସୁନ୍ଦରଗଡରୁ ୮୨ ଜଣ, ଝାରସୁଗୁଡାରୁ ୮୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୩ ଜଣ, କେନ୍ଦ୍ରାପଡା ୧୨୩ ଜଣ, କୋରାପୁଟରୁ ୬୭, କେଉଁଝରରୁ ୧୩୧ ଜଣ, କନ୍ଧମାଳରୁ ୬୫ ଜଣ, ନୂଆପଡ଼ାରୁ ୨୦୯ ଜଣ, କଳାହାଣ୍ଡିରୁ ୭୩ ଜଣ, ଗଜପତିରୁ ୩୬  ଜଣ, ବୌଦ୍ଧରୁ ୬୧ ଜଣ, ମାଲକାନଗିରି ଜିଲ୍ଲାରୁ ୨୩ ଜଣ,ଦେଓଗଡରୁ ୧୫ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୮୭ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ଆଉ ୧୭ ଜଣଙ୍କର ମୃତ୍ୟୁ ହେବା ପରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୨୪ରେ ପହଞ୍ଚିଛି। ଆଜି ପୁରୀ ଓ କଟକ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବୌଦ, ବାଲେଶ୍ୱର ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Also Read : Baji Rout: ଆଜି ହେଉଛି ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ୯୪ତମ ଜନ୍ମ ଜୟନ୍ତୀ

Share this: