Assembly News: ଖଣି ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ବିରୋଧୀ ଓ ଶାସକ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ

assembly

ଭୁବନେଶ୍ଵର: ବିଧାନସଭା (Assembly) ରେ ଖଣି ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ବିରୋଧୀ ଓ ଶାସକ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଛି। ଖଣି ଲିଜ୍‍ ପ୍ରଦାନ ଓ ନବୀକରଣରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିରୋଧୀ ଦଳ ଅଭିଯୋଗ ଆଣିଥିବାବେଳେ କେନ୍ଦ୍ର ଓ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ଏହା ହୋଇଥିବା ଶାସକ ଦଳ ଦର୍ଶାଇଛି।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ (Pradipta Nayak) ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଖଣି ମାଫିଆ ଓ ଅଧିକାରୀମାନେ ମିଶି ଲକ୍ଷେ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଥିଲେ। ଏହା ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବାରୁ ସରକାର ସମ୍ପୃକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ନାୟକ କହିଥିଲେ। ଏ ସଂକ୍ରାନ୍ତରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଉତ୍ତର ଆସୁ ନ ଥିବା ଶ୍ରୀ ନାୟକ ଅଭିଯୋଗ କରିଥିଲେ। ଭିଜିଲାନ୍ସ ମାମଲା ହୋଇଥିବା ସିରାଜୁଦ୍ଦିନ୍‍ କମ୍ପାନୀକୁ କିଭଳି ଲିଜ୍‍ ମିଳିଲା ଓ ରୁଙ୍ଗଟା ମାଇନ୍‍ସ ନାମରେ ଏମ୍‍ଏମ୍‍ଡିଆର୍‍ ଆଇନ ଅନୁଯାୟୀ ମାମଲା ରହିଥିବାବେଳେ ଖଣି କିଭଳି ନବୀକରଣ କରାଗଲା ବୋଲି ସେ ପ୍ରଶ୍ନ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ୯ଟି ଖଣିରେ ରାଜ୍ୟକୁ ୩ ହଜାର ୬୦୦ କୋଟି ଟଙ୍କା କ୍ଷତି ହୋଇଛି।

ବିରୋଧୀଙ୍କ ଅଭିଯୋଗର ଉତ୍ତରରେ ଶାସକ ଦଳ ବିଧାୟକ ପ୍ରତାପ ଦେବ (Pratap Dev) କହିଥିଲେ, ଖଣି ଲିଜ୍‍ ନବୀକରଣ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକା ଅନୁଯାୟୀକରାଯାଇଛି। ସିଇସି (CEC) ତଦନ୍ତବେଳେ କଂଗ୍ରେସ କାହିଁକି ତଥ୍ୟ ରଖି ନ ଥିଲା ବୋଲି ଶ୍ରୀ ଦେବ୍‍ ପ୍ରଶ୍ନ କରିବା ସହିତ ଦୁର୍ନୀତି ନେଇ ପ୍ରମାଣ ଦିଅନ୍ତୁ ବୋଲି ବିରୋଧୀ ଦଳକୁ କହିଥିଲେ।

Also Read: Atal Tunnel: ‘ଅଟଳ ଟନେଲ୍’କୁ ଆମ ସେନା ଅଦରକାରୀ କରିଦେବ:ଚୀନ ସାମରିକ ବିଶେଷଜ୍ଞ

Share this: