Dhenkanal Corona Report: ଢେଙ୍କାନାଳ ଜିଲ୍ଲାରରୁ ଆଜି ୩୪ ପଜିଟିଭ ଚିହ୍ନଟ,୪ଜଣଙ୍କ ମୃତ୍ୟୁ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ ନୂଆ ୩୪ ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୨୫ ଏବଂ ହସ୍ପିଟାଲରୁ ୯ଜଣ ଚିହ୍ନଟ ଅଛନ୍ତି। ଆଜି ଜିଲାରୁ ୪ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଛି।

ଆଜି କାମାକ୍ଷାନଗର ବ୍ଲକ (Kamakhya Nagar Block) ରୁ ୬ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ କୁସୁମଯୋଡିରୁ ୩ଜଣ ଥିବାବେଳେ ଭାଗୀରଥିପୁର, ଶାସନ, କନ୍ତିଓକାଟେଣି ଏବଂ ଅଘିରଗୋଡା ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ୩ଜଣ ଅଛନ୍ତି।

mahimalive

ଓଡାପଡା ବ୍ଲକ (Oapada Block) ରୁ ଚିହ୍ନଟ ୫ଜଣଙ୍କ ମଧ୍ୟରୁ  ହିନ୍ଦୋଳରୋଡ଼, ଏକଘରିଆ, ହଳଦିଆବାହଳ, ମୃଦଙ୍ଗପଲି ଏବଂ କମଳାଙ୍ଗରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।  

ସଦର ବ୍ଲକ (Sadar Block) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କାଇମାଟିରୁ ୩ଜଣ ଓ ତଳବରକୋଟରୁ ଜଣେ ଅଛନ୍ତି। ଗଁଦିଆ ବ୍ଲକରୁ ୩ଜଣଙ୍କ ମଧ୍ୟରୁ ଗୋପାଳପୁର, ବଣିଆପଦା ଏବଂ କାବେରାରୁ ଜଣେ ଲେଖାଏଁ ଅଛନ୍ତି।

ଭୁବନ ବ୍ଲକରୁ ୩ଜଣଙ୍କ ମଧ୍ୟରୁ ସାନବରହମପୁର, ଅରଖପାଳ ଏବଂ ବେଡାପାଳରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ ବ୍ଲକ (Hindol Block) ରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଖଳିବୋରେଇ ଏବଂ କାରନ୍ଦାରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ୨ଜଣ ଅଛନ୍ତି। ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ଶାମାଚରଣପୁରରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପର୍ଜଙ୍ଗ ବ୍ଲକର ବଡ଼ଝରାରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୪ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ୧୭୨୨ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୭୩ ହଜାର ୯୧୪ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୭୦୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୬୪ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୮ ହଜାର ୫୭ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୫୪୧ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Coronavirus: ଓଡ଼ିଶାରେ ପୁଣି କରୋନା ନେଲା ୫୬ ଜଣଙ୍କ ଜୀବନ

Share this: