Covid-19: ଢେଙ୍କାନାଳ ଜିଲ୍ଲାରେ ପୁଣି ବଢିଲା କରୋନା କେସ, ଆଜି ୭୫ ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ ନୂଆ ୭୫ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୫୭ ଏବଂ ହସ୍ପିଟାଲରୁ ୧୮ଜଣ ଚିହ୍ନଟ ଅଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ହାଟରୋଡ଼ରୁ ୪ଜଣ ଏବଂ କୁଞ୍ଜକାନ୍ତ, ଆମଲାପଡା ଓ ଦେଉଳସାହିରୁ ୨ଜଣ ଅଛନ୍ତି। ଦୋଳମଣ୍ଡପ ସାହି, ମଣ୍ଡପସାହି, ମିନାବଜାର, ରତନ ବଜାର, ପୋଲିସ କଲୋନୀ, ସିମିଳିଆ, ଦୂର୍ଗାବଜାର ଏବଂ ଶାମାଚରଣପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

mahimalive

ହିନ୍ଦୋଳ ବ୍ଲକ (Hindol Block) ରୁ ୧୬ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କନ୍ତୁକୁଳରୁ ୧୦ଜଣ ଅଛନ୍ତି। ମାଧପୁର ଓ କୁକୁଟାରୁ ୨ଜଣ ଲେଖାଏଁ ଅଛନ୍ତି। ବଲସର ଏବଂ କାରନ୍ଦାରୁ ଜଣେ ଲେଖାଏଁ ଅଛନ୍ତି। ଓଡାପଡା ବ୍ଲକ (Oapada Block) ରୁ ୧୧ଜଣ ଚିହ୍ନଟଙ୍କ ମଧ୍ୟରୁ ଜରିପାଳରୁ ୮ଜଣ, ମାହାଦିଆରୁ ୨ଜଣ ଏବଂ ରଶାସିଙ୍ଗାରୁ ଜଣେ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକ (Sadar Block) ରୁ ୮ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ବେଲେଟିକିରି ଓ ତଳବରକୋଟରୁ ୨ଜଣ ଲେଖାଏଁ ଥିବାବେଳେ ଜନଖିରା, ଚାଉଳିଆ, ବଣସିଂ ଏବଂ ଜରିପାଳରୁ ଜଣେ ଲେଖାଏଁ ଅଛନ୍ତି।

ଗଁଦିଆ ବ୍ଲକରୁ ୫ଜଣଙ୍କ ମଧ୍ୟରୁ ଅତିଣ୍ଡା, ଝରଦା, ଗୁଣ୍ଡରୀପଶି, ଛୋଟା ତେନ୍ତୁଳୀ ଏବଂ ପିଙ୍ଗୁଆରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ ବ୍ଲକରୁ ୩ଜଣ ରେଢଙ୍ଗ, ମଣିପୁର ଏବଂ ଏକତାଳିରୁ ଜଣେ ଲେଖାଏଁ ଅଛନ୍ତି। କଙ୍କଡାହାଡ ବ୍ଲକରୁ ୩ଜଣଙ୍କ ମଧ୍ୟରୁ ରାଇବୋଲରୁ ୨ଜଣ ଏବଂ ତିରଜଙ୍ଗାରୁ ଜଣେ ଅଛନ୍ତି। କାମାକ୍ଷାନଗର NAC ରୁ ୨ଜଣ ଅଛନ୍ତି। ପର୍ଜଙ୍ଗ ବ୍ଲକର ସରାଙ୍ଗରୁ ଜଣେ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhya Nagar Block) ର ଜିରିଡ଼ାମାଳୀରୁ ଜଣେ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୭ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ୧୮୭୭ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୭୨  ହଜାର ୧୯୨ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୬୭୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୭୦ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୯୯୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୫୭୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Odisha Covid Updates:ରାଜ୍ୟରେ ଆଜି ୧୯୨୭ଜଣ ପଜିଟିଭ ଚିହ୍ନଟ

Share this: