Covid-19 Odisha Report: ଓଡ଼ିଶାରେ ପୁଣି କରୋନା ନେଲା ୬୯ ଜଣଙ୍କ ଜୀବନ

Share this:

ଭୁବନେଶ୍ୱର: ଓଡ଼ିଶା (Odisha) ରେ ଆଉ ୬୯ଜଣଙ୍କ ଜୀବନ ନେଇଛି କରୋନା (Coronavirus) । ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ହଜାର ୨୪୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସୁନ୍ଦରଗଡ଼ରୁ ୧୦ଜଣ, ବରଗଡ଼ରୁ ୭ଜଣ ଏବଂ ଅନୁଗୁଳରୁ ୬ଜଣ ମୃତ୍ୟୁବରଣ କରିଛନ୍ତି। କେନ୍ଦୁଝରରୁ ୫ଜଣ, କେନ୍ଦ୍ରାପଡ଼ାରୁ ୪ଜଣ ଏବଂ ବାଲେଶ୍ଵରରୁ ୩ଜଣ ମୃତ୍ୟୁବରଣ କରିଛନ୍ତି। ଭଦ୍ରକ, ବୌଦ, ଗଞ୍ଜାମ, ନୟାଗଡଏବଂ ପୁରୀରୁ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ସୁବର୍ଣ୍ଣପୁର ଏବଂ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

mahimalive

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୨ ଲକ୍ଷ ୭୮ ହଜାର ୩୯୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୫୯ ହଜାର ୯୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୩୪୧ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୩୫ ହଜାର ୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ ହଜାର ୬୮୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | PM Kisan: ପିଏମ କିଷାନରେ ୪୨ ଲକ୍ଷରୁ ଅଧିକ ଚାଷୀ ଅଯୋଗ୍ୟ, ଫେରାଇବେ ଟଙ୍କା; ଓଡ଼ିଶାରୁ ୮ ହଜାରରୁ ଅଧିକ

[amazon_auto_links id=”9932″]
Share this: