Padampur Bye Election Result 2022: ପଦ୍ମପୁରରେ ରେକର୍ଡ ଭୋଟରେ ଜିତିଲା ବିଜେଡ଼ି

Share this:

ପଦ୍ମପୁର: Padampur Bye Election Result 2022 ପଦ୍ମପୁର ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ବର୍ଷା ସିଂହ ବରିହା ପ୍ରାୟ ୪୨ ହଜାରରୁ ଅଧିକ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି। ପଦ୍ମପୁର ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା। ଶେଷ ୨୩ ରାଉଣ୍ଡ ସୁଦ୍ଧା ବର୍ଷା ସିଂହ ବରିହାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ମିଳିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩ ହଜାର ୫୪୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି ବର୍ଷାଙ୍କୁ ୧୩୫ ଖଣ୍ଡ ପୋଷ୍ଟାଲ ବାଲଟ ଭୋଟ୍‌, ପ୍ରଦୀପଙ୍କୁ ୯୪ ଖଣ୍ଡ ଏବଂ କଂଗ୍ରେସକୁ ୧୩ ଖଣ୍ଡ ପୋଷ୍ଟାଲ ବାଲଟ ଭୋଟ୍‌ ମିଳିଛି। ସେହିପରି ଏକ୍ସଟ୍ରା ୨ଟି ମେଶିନ୍‌ ଭୋଟ୍‌ ମିଶି ବର୍ଷାଙ୍କୁ ମୋଟ୍‌ ୧,୨୦,୮୧୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ପ୍ରଦୀପଙ୍କୁ ୭୮,୧୩୭ ଖଣ୍ଡ ମିଳିଛି। ୪୨,୬୭୯ ଖଣ୍ଡ ଭୋଟ୍‌ରେ ବର୍ଷା ବିଜୟ ହୋଇଛନ୍ତି।

ସୂଚନାଯୋଗ୍ୟ ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ (Padampur Bye Election Result 2022) ନେଇ ମତଦାନ ହୋଇଥିବା ବେଳେ ଆଜି ସକାଳୁ ଭୋଟ ଗଣତି ଆରମ୍ଭ କରାଯାଉଥିଲା। ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଏହାପରେ ଇଭିଏମ ଗଣତି ଆରମ୍ଭ ହୋଇଥିଲା। ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେଉଥିବା ବେଳେ ବର୍ତ୍ତମାନ ସମ୍ପୁର୍ଣ୍ଣ ୨୩ ରାଉଣ୍ଡର ଗଣତି ଶେଷ ହୋଇଛି। ଏଥିରେ ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୨ ହଜାରରୁ ଭୋଟରେ ପରାସ୍ତ କରିଛନ୍ତି। ଗଣତି ଆରମ୍ଭରୁ ହିଁ ବର୍ଷା ପ୍ରତି ରାଉଣ୍ଡରେ ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହିତ ବିଜେପି ଠାରୁ ଆଗରେ ରହିଥିଲା।

Read Also | Latest News of Odisha Cyclone: ଆସୁଛି ବାତ୍ୟା, ସିଧାସଳଖ ପ୍ରଭାବ ଓଡିଶା ଉପରେ ନାହିଁ

You Might Also Like It

Share this:

Leave a Reply

Your email address will not be published. Required fields are marked *