Odisha weather news today: ୮ ଜିଲ୍ଲାରେ ପ୍ରବଳ ବର୍ଷା

Share this:

ଭୁବନେଶ୍ୱର: Odisha weather news today ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ଝଡ଼ ପ୍ରଭାବରେ ରାଜ୍ୟରେ ଶୀତ ହ୍ରାସ ପାଇବ। ବାତ୍ୟା ଯୋଗୁଁ ରାଜ୍ୟରେ  ପ୍ରଚୁର ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବ। ଫଳରେ ତାପମାତ୍ରା ବୃଦ୍ଧି ହେବ।

ବଡ ଖବର ହେଉଛି ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ। କିନ୍ତୁ ବାତ୍ୟାର ବାହ୍ୟବଳୟ ପ୍ରଭାବରେ ଆସନ୍ତା ଶନିବାର ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Odisha weather news today heavy rain) ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Releted Post | Latest News of Odisha Cyclone: ଆସୁଛି ବାତ୍ୟା, ସିଧାସଳଖ ପ୍ରଭାବ ଓଡିଶା ଉପରେ ନାହିଁ

Advertisement

amazon-sales

ସେହିପରି ଭୁବନେଶ୍ଵର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଆଜିଠାରୁ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଉଷ୍ମ -ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରଭାବ ବୃଦ୍ଧି ହେବାରେ ଲାଗିଛି। ସେହିପରି ଲଘୁଚାପ ବାତ୍ୟାରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ୮ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ନିକଟସ୍ଥ ତାମିଲନାଡୁ ଏବଂ ପୁଡ଼ୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳ ସମୁଦ୍ର ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି।

You Might Also Like It

Read Also | PM Kisan Beneficiary New Status: ଏହି ଦିନ ମିଳିବ ପିଏମ କିସାନ ୧୩ତମ କିସ୍ତି

Share this:

Leave a Reply

Your email address will not be published. Required fields are marked *