Bappi Lahiri: ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ପରଲୋକ

Share this:

ମୁମ୍ବାଇ: Bappi Lahiri passes away ଖ୍ୟାତନାମା କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ (Bappi Lahiri) ଙ୍କର ଆଜି ମୁମ୍ବାଇଠାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଗତ ଶତାବ୍ଦୀର ୮୦ ଓ ୯୦ ଦଶକରେ ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରି ସେ ଶ୍ରୋତାଙ୍କ ମହଲରେ ବେଶ୍‍ ପରିଚିତ ଥିଲେ। ପଶ୍ଚିମବଙ୍ଗର ଜଲପାଇଗୁଡିରେ ୨୭ ନଭେମ୍ବର ୧୯୫୨ରେ ଜନ୍ମଗ୍ରହଣ କରିଥିଲେ।

ସୁନା ଅଳଙ୍କାରରେ ସଜ୍ଜିତ ଜଣେ ସଂଗୀତଜ୍ଞ ଭାବରେ ବାପିଦା’ ଲୋକଙ୍କ ମଧ୍ୟରେ ଏକ ବିଶେଷ ପରିଚିତ ଥିଲେ। ମୋଟା ସୁନା ଶିକୁଳି, ରିଙ୍ଗ ଏବଂ ବ୍ରେସଲେଟ୍ ତାଙ୍କ ସାମଗ୍ରୀର ଏକ ଅଂଶ ଥିଲା। ସେ ବଲିଉଡସେ ଅନେକ ସୁପର ଡୁପର ହିଟ୍ ଗୀତ ଏବଂ ସଙ୍ଗୀତ ଦେଇଛନ୍ତି। ବାପି ଲାହିରି ବଙ୍ଗଳା ଏବଂ ହିନ୍ଦୀ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଥିଲେ। ୧୪ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ସଙ୍ଗୀତ ଦେଇଥିଲେ। ସଙ୍ଗୀତ ବ୍ୟତୀତ ସେ ରାଜନୀତିରେ ମଧ୍ୟ ନିଜର ଚେଷ୍ଟା କରିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ​​ସେ ପଶ୍ଚିମବଙ୍ଗରେ ବିଜେପି ଟିକେଟରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ।

ଡିସ୍କୋ କିଙ୍ଗ ଭାବେ ପରିଚିତ ବାପି ଲାହିରୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବାପି ଲାହିରୀ ଥିଲେ ଜଣେ ଅତୁଳନୀୟ ଗାୟକ ଓ ସୁରକାର। ତାଙ୍କର ସଙ୍ଗୀତ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଜନପ୍ରିୟ ହୋଇପାରିଥିଲା। ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ବାପି ଲାହିରୀଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ଭାରତ ଆଉ ଜଣେ ପ୍ରବୀଣ ଗାୟକ ଓ ସୁରକାରଙ୍କୁ ହରାଇଲା ବୋଲି କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଙ୍ଗୀତରେ ସମସ୍ତ ତତ୍ତ୍ୱ ଓ ଭାବାବେଗର ବିବିଧତା ଥିଲା ବୋଲି ଟ୍ୱିଟ୍‍ କରି କହିଛନ୍ତି। ସଙ୍ଗୀତକୁ ତାଙ୍କର ଅବଦାନ ପାଇଁ ସେ ପଶ୍ଚିମବଙ୍ଗର ବେସାମରିକ ସମ୍ମାନ ବଙ୍ଗବିଭୂଷଣ ସମେତ ଅନେକ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି।

Share this: