Watch: ଡ୍ରେନ୍ ସଫା ନକରିବାରୁ ବିଧାୟକ ରାଗି, କଣ୍ଟ୍ରାକ୍ଟରଙ୍କ ଉପରେ ଅଳିଆ ଢ଼ାଳିଲେ

Share this:

ମୁମ୍ବାଇ:ଗତ କିଛି ଦିନ ହେବ ପ୍ରବଳ ବର୍ଷା ହେତୁ ସମଗ୍ର ମୁମ୍ବାଇ (Mumbai) ଜଳମୟ ହୋଇଛି। ସେହିପରି ମୁମ୍ବାଇର ଚାନ୍ଦିଭାଲୀ (Chandivali) ଅଞ୍ଚଳରେ ଡ୍ରେନ ଜାମ ହୋଇଯାଇଥିଲା। ଏହାକୁ ଦେଖି ଶିବସେନା ବିଧାୟକ ଦିଲୀପ ଲାଣ୍ଡେ (Shiv Sena MLA Dilip Lande) ଏତେ ରାଗି ଯାଇଥିଲେ ଯେ ସେ ପ୍ରଥମେ ଡ୍ରେନ୍ ସଫା କରୁଥିବା କଣ୍ଟ୍ରାକ୍ଟରକୁ ଡାକିଲେ ଏବଂ ରାସ୍ତାରେ ବସାଇ ତାଙ୍କ ଉପରେ ପାର୍ଟି କର୍ମଚାରୀଙ୍କ ଦ୍ୱାରା ଅଳିଆ ଢ଼ାଳି ପକାଇଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ନ୍ୟୁଜ୍ ଏଜେନ୍ସି ANI ଏହାର ଭିଡିଓ ଜାରି କରିଛି।  ଶନିବାର ଦିନ ଏତେ ବର୍ଷା ହୋଇଥିଲା ଯେ ଚାନ୍ଦିଭାଲି ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ରାସ୍ତାରେ ପାଣି ଲଗାଉଥିବାର ଦେଖି ଶିବସେନା ବିଧାୟକ ଦିଲୀପ ଲାଣ୍ଡେଙ୍କ ଏତେ ରାଗି ଯାଇଥିଲେ ଯେ ସେ ଠିକାଦାରଙ୍କୁ ଘଟଣାସ୍ଥଳରେ ଦଣ୍ଡିତ କରିଥିଲେ। ଉକ୍ତ ଅଞ୍ଚଳରେ ଡ୍ରେନ୍ ଠିକ୍ ଭାବେ ସଫା କରାଯାଇ ନ ଥିବା ଅଭିଯୋଗ କରି ଶିବସେନା ବିଧାୟକ କଣ୍ଟ୍ରାକ୍ଟରଙ୍କୁ ତାଗିଦ୍ କରିଥିଲେ। ଶିବସେନା ବିଧାୟକ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ କଣ୍ଟ୍ରାକ୍ଟର ତାଙ୍କ କାମ ଠିକ୍ ଭାବରେ କରି ନ ଥିବାରୁ ସେ ଏହା କରିଛନ୍ତି। ସେ କହିଛନ୍ତି ମୁଁ ରାସ୍ତା ସଫା କରିବାକୁ ଅନୁରୋଧ କରି ଗତ ୧୫ଦିନ ଧରି କଣ୍ଟ୍ରାକ୍ଟରକୁ ଡାକିଥିଲି। ସେ ମୋ କଥା ଶୁଣିଲେ ନାହିଁ କି ଡ୍ରେନ ସଫାକଲେ ନାହିଁ। ଠିକାଦାର ନିଜ କର୍ତ୍ତବ୍ୟକୁ ସଠିକ ଭାବେ ପାଳନ କରି ନାହାନ୍ତି। ସେଥିପାଇଁ ତାଙ୍କ ସହିତ ଏପରି କରାଯାଇଛି। ଅଳିଆ ଉଠାଇବା ଠିକାଦାରଙ୍କ କାମ ଥିଲା, କିନ୍ତୁ ସେ ଏହି କାମ ନକରିବାରୁ ତାଙ୍କୁ ନିଜେ ନାଳ ସଫା କରିବାକୁ ପଡ଼ିଥିଲା। କାରଣ ଲୋକମାନେ ତାଙ୍କ ଉପରେ ବିଶ୍ଵାସ ରଖି ତାଙ୍କୁ ବିଧାୟକ ଭାବେ ବାଛିଛନ୍ତି।

Also Read | Covid-19: ଆଜି ରାଜ୍ୟରୁ ଆଉ ୪୫ଜଣଙ୍କ କରୋନାରେ ମୃତ୍ୟୁ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *