Crime Branch: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ

Share this:

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ (Pradeep Panigrahi) ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସେ ଠକେଇ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗିରଫ ହୋଇଛନ୍ତି। ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଆକାଶ ପାଠକଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ।

ଆଜି ସନ୍ଧ୍ୟାରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ଉଠାଇ ନେଇଥିଲା। ତାଙ୍କୁ ସରକାରୀ ବାସଭବନରୁ ଉଠାଇ ନେଇ ଜେରା କରିଥିଲେ। ଟାଟା କମ୍ପାନୀ (Tata Company) ରେ ଚାକିରି ଦେବାକୁ ଟଙ୍କା ଆଦାୟ କରୁଥିଲେ। ଆକାଶ ପାଠକଙ୍କ ସହ ମିଶି ସେ ଠକିଛନ୍ତି। ପଚରାଉଚୁରା ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦ ‘ବି’ ଆଇପିସି ଏବଂ ଆଇଟି ଆକ୍ଟ ୨୦୦୦ରେ ମାମଲା ରୁଜୁ ହୋଇଛି। ବେନାମୀ ଅର୍ଥ କାରବାର, ଅପରାଧିକ ଷଡ଼ଯନ୍ତ୍ର ଓ ଠକେଇରେ ସାମିଲ ହୋଇଥିବା ନେଇ ଅଭିଯୋଗ ହୋଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି

ଅନ୍ୟପଟେ ତାଙ୍କର ପତ୍ନୀ ସୁଜାତା ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ତାଙ୍କ ସ୍ୱାମୀଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ରହିଛି। ସେ କେଉଁଠି ଅଛନ୍ତି ମୋତେ ଜଣାଯାଉ।

Also Read |Pari Murder Case: କଂଗ୍ରେସ-ବିଜେଡି ଏକାଠି: ସମୀର ମହାନ୍ତି

Share this: