Corona:ଢେଙ୍କାନାଳ ଜିଲ୍ଲାରୁ ଆଜି ନୂଆ ୧୨୪ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଆଜି ପୁଣି ବଢିଛି  କରୋନା (Covid-19) ସଂକ୍ରମଣ। ଆଜି ଜିଲ୍ଲାରୁ ନୂଆ ୧୨୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୧୦୮ ଏବଂ ହସ୍ପିଟାଲରୁ ୧୬ଜଣ ଚିହ୍ନଟ ଅଛନ୍ତି। ସେହିପରି ଜିଲ୍ଲାରୁ ଆଜି ୪ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୨୪ଜଣ ଚିହ୍ନଟ ହୋଇଛନ୍ତି।  ସେଥିମଧ୍ୟରୁ ଇଲିରିସିଂହାରୁ ୧୧ଜଣ ଥିବାବେଳେ କୁକୁଟା, ବାରସିଂହା, ଷୋଳନାଳୀ, ରାସୋଳ ଏବଂ କୁକୁଟାରୁ ୨ଜଣ ଲେଖାଏଁ ଅଛନ୍ତି। ପାଟଲା, ଦୁଦୁରକୋଟ ଏବଂ ଠେଙ୍ଗାରୁ ଜଣେ ଲେଖାଏଁ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ମୀନାବଜାର, ମହାବୀରବଜାର ଏବଂ କୁଞ୍ଜକାନ୍ତରୁ ୨ଜଣ ଲେଖାଏଁ ଥିବାବେଳେ ବନମାଳୀପ୍ରସାଦ, ଅରବିନ୍ଦନଗର, ଶ୍ୟାମଚରଣପୁର, ହାଟରୋଡ଼, ଭାଗିରଥୀବିହାର, ରାମେଶ୍ବରପୁର, ଗୁଡିଆନାଳି, ବୋରପଦା, କାଠଗଡା ଏବଂ ଭାଗିରାଥିବିହାରରୁ ଜଣେ ଲେଖାଏଁ ଅଛନ୍ତି।

ସଦର ବ୍ଲକ (Sadar Block) ରୁ ୧୬ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କଙ୍କଡାହାଡ଼ରୁ ୨ଜଣ ଥିବାବେଳେ ବେଲେଟିକିରୀ, ଦୁର୍ଗାପ୍ରସାଦ, ରଞ୍ଜା, ଭାପୁର, ବଣସିଂ, କାକୁଡିଭଙ୍ଗା, କାଇମାଟି, କତକମଡା, ସୋଗରପଶି, କାଇମାଟି, ତରଭା, କଙ୍କଡାହାଡ, ଗୋବିନ୍ଦପୁର ଏବଂ ଗୋବିନ୍ଦପ୍ରସାଦରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୧୪ଜଣ ଚିହ୍ନଟଙ୍କ ମଧ୍ୟରୁ ରାଣୀବଣିଆରୁ ୩ଜଣ ଥିବାବେଳେ ବନମାଳୀପ୍ରସାଦରୁ ୨ଜଣ ଅଛନ୍ତି। ସେହିପରି  ପୋଡପଡା, କଳଙ୍ଗା, ଘୋଡାଡିଆଁ, ଇନ୍ଦିପୁର, ଖୁଣ୍ଟିଝରି, ସଇଁବିରି, ଗୁଣ୍ଡିଚାପଡ଼ା, ମୁଣ୍ଡାଧଳପୁର ଏବଂ ଜରିପାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ପର୍ଜଙ୍ଗ ବ୍ଲକରୁ ୧୦ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ବଟସିଂରୁ ୩ଜଣ ଥିବାବେଳେ ପର୍ଜଙ୍ଗରୁ ୨ଜଣ ଅଛନ୍ତି। ଖଇରାପଶି, ଖଣ୍ଡଆଳମୁଣ୍ଡା, କୁଲେଇ, ବଡ଼ଝରା ଏବଂ ଜୟପୁରାକଟେଣିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକରୁ ୮ଜଣଙ୍କ ମଧ୍ୟରୁ ଦେଓଗାଁରୁ ୩ଜଣ, ପୋରୁହାଖୁଜରୁ ୨ଜଣ ଥିବାବେଳେ କୁଶୀଦା, ବଇଁସିଆଁ ଏବଂ ନିହଲପ୍ରସାଦରୁ ଜଣେ ଲେଖାଏଁ ଅଛନ୍ତି।

କାମାକ୍ଷାନଗର ବ୍ଲକ (Kamakhyanagar) ରୁ ୭ଜଣ ଅଛନ୍ତି। କନ୍ତିଓକାଟେଣି, ବାଉଁଶପାଳ, କାଳିଆପାଣି, କଦଳିପାଳ, ଯୋଗିଡିହି, ବାଲିପଡା ଏବଂ ଗୋଦାରବିଲିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ୪ଜଣ ଅଛନ୍ତି।

ଭୁବନବ୍ଲକ (Bhuban Block) ରୁ ୬ଜଣ ଚିହ୍ନଟ ହୋଇଛନ୍ତି। ଟାଙ୍ଗରପଡା ଏବଂ ଲୋକପାଲିରୁ ୨ଜଣ ଲେଖାଏଁ ଅଛନ୍ତି। ଓରିଙ୍ଗବାଲିସାହି ଏବଂ ବାଲିଝାଟିରୁ  ଜଣେ ଲେଖାଏଁ ଅଛନ୍ତି। କଙ୍କଡାହାଡ ବ୍ଲକ ଝାଞ୍ଜିବେରେଣାରୁ ୨ଜଣ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୭ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୭୩୭ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୫୨ହଜାର ୭୦୫ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୪୫ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୧୪୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୮୦୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ୨ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୯୧ରେ ପହଞ୍ଚିଛି।

[amazon_auto_links id=”9932″]

Also Read | ମୋଦୀ ସରକାରଙ୍କ ବଡ ଘୋଷଣା; Coronavirus ର ତୃତୀୟ ଲହର ମୁକାବିଲା ପାଇଁ ୨୩,୧୨୩ କୋଟି ଟଙ୍କାର ସ୍ୱାସ୍ଥ୍ୟ ପ୍ୟାକେଜ୍

Share this: