Corona:ଢେଙ୍କାନାଳ ଜିଲ୍ଲାରୁ ୩୪ କରୋନା ପଜିଟିଭ ଚିହ୍ନଟ, ୪ଜଣଙ୍କ ମୃତ୍ୟୁ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଆଜି କମିଛି କରୋନା (Covid-19) ସଂକ୍ରମଣ। ଆଜି ନୂଆ ୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୧୯ ଏବଂ ହସ୍ପିଟାଲରୁ ୧୫ଜଣ ଚିହ୍ନଟ ଅଛନ୍ତି। ସେହିପରି ଜିଲ୍ଲାରୁ ଆଜି ୪ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଖମାରସାହି ଏବଂ କୋରିଆଁରୁ ୨ଜଣ ଲେଖାଏଁ ଥିବାବେଳେ କାଞ୍ଚନବଜାର, ଏଗ୍ରୀକଲ୍ଚର ଅଫିସ, ମୀନାବଜାର, ଗୁଡିଆନାଳି ଏବଂ ଜୱାହର ଚୌକରୁ ଜଣେ ଲେଖାଏଁ ଅଛନ୍ତି।

ସଦର ବ୍ଲକ (Sadar Block) ରୁ ୬ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଗହମଖୁଣ୍ଟି, ନାଗିଆପଶି, ଗୋବିନ୍ଦପୁର, ବାରଦା, ସିଆରିଆ ଏବଂ ତଳବରକୋଟରୁ ଜଣେ ଲେଖାଏଁ ଅଛନ୍ତି।

ପର୍ଜଙ୍ଗ ବ୍ଲକରୁ ୫ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ କନ୍ଦରସିଂହାରୁ ୨ଜଣ ଥିବାବେଳେ ସରାଙ୍ଗ, କଟାବାହାଳ ଏବଂ କୁଆଳୁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar) ଜୟପୁରାକଟେଣିରୁ ୩ଜଣ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ୩ଜଣ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୨ଜଣ ଚିହ୍ନଟଙ୍କ ମଧ୍ୟରୁ କୋରେଇଗାଡିଆ ଏବଂ ଶଙ୍କରପ୍ରତାପପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଭୁବନବ୍ଲକ (Bhuban Block) ରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଜିରାଳ ଏବଂ ଗରୁଡ଼ାବନ୍ଦୀରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ NAC ରୁ ଜଣେ ଅଛନ୍ତି। ହିନ୍ଦୋଳ ବ୍ଲକ (Hindol Block) ସାନହିନ୍ଦୋଳରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୯୭୯ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୫୦ହଜାର ୯୬୮ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୯୧୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୭୨ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୯୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୨୯ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ସର୍ବାଧିକ ୪ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୮୯ରେ ପହଞ୍ଚିଛି।

[amazon_auto_links id=”9932″]

Also Read | Odisha Covid:ଆଜି ଓଡ଼ିଶାରୁ ଆଉ ନୂଆ ୨୫୪୨ଜଣ ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ

Share this: