Modi New Cabinet Ministers: ମୋଦୀଙ୍କ କ୍ୟାବିନେଟରେ ୭ ମହିଳା ଶକ୍ତି

Share this:

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ତାଙ୍କ ମନ୍ତ୍ରୀ ପରିଷଦରେ ପରିବର୍ତ୍ତନ କରି କରିଛନ୍ତି। ଏହା ସହିତ ତାଙ୍କ କ୍ୟାବିନେଟରେ ୭ଜଣ ମହିଳା ମନ୍ତ୍ରୀଙ୍କୁ ସ୍ଥାନ ଦେଇ ସେ ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛନ୍ତି। ବୁଧବାର ଦିନ ଯେତେବେଳେ ରାଷ୍ଟ୍ରିୟ ଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯାଉଥିଲା, ଗୋଟିଏ କଥା ଦେଶର ବିଭିନ୍ନ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଏହି ୭ଜଣ ମହିଳା ମନ୍ତ୍ରୀମାନେ ମଧ୍ୟ ଭାରତର ବିବିଧତା ମଧ୍ୟରେ ଏକତା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା।

ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ମହିଳା ମନ୍ତ୍ରୀଙ୍କ ଚିତ୍ର ସେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ ମୋଦୀ ସରକାର ହସ୍ତତନ୍ତ ଏବଂ କ୍ଷୁଦ୍ର ଶିଳ୍ପକୁ ଉତ୍ସାହିତ କରୁଛନ୍ତି ଏବଂ ଏଭଳି ପରିସ୍ଥିତିରେ ହ୍ୟାଣ୍ଡଲୁମ୍ ଶାଢି ପିନ୍ଧିଥିବା ସମସ୍ତ ମହିଳା ମନ୍ତ୍ରୀଙ୍କ ଆଗମନ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ମୋଦୀଙ୍କ କ୍ୟାବିନେଟରେ ଥିବା ମହିଳା ମନ୍ତ୍ରୀ

ଅନୁପ୍ରିୟା ପଟେଲ (Anupriya Patel)

  • ଉତ୍ତରପ୍ରଦେଶର ମିର୍ଜାପୁରରୁ ଦୁଇଥର ଲୋକସଭା ସାଂସଦ ଅନୁପ୍ରିୟା ପଟେଲଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।

ଶୋଭା କରନ୍ଦଲାଜେ (Shobha Karandlaje)

  • କର୍ଣ୍ଣାଟକର ଉଦୁପି-ଚିକମାଗାଲୁରର ବିଜେପି ସାଂସଦ ଶୋଭା କରନ୍ଦଲାଜେ ମଧ୍ୟ ଦୁଇଥର ସାଂସଦ। ଏକକାଳୀନ ବିଧାୟକ ଏବଂ ଏକ ଥର ଏମଏଲସି ଭାବରେ କାର୍ଯ୍ୟ କରିବା ବ୍ୟତୀତ ସେ କର୍ଣ୍ଣାଟକ ସରକାରଙ୍କ ଏକ ଅଂଶ ଥିଲେ। ଶକ୍ତି, ଗ୍ରାମୀଣ ବିକାଶ ଏବଂ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରାଳୟ ମଙ୍ଗ ଧରିଥିଲେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ କରଣ୍ଡଲାଜେଙ୍କୁ ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି

ଦର୍ଶନ ଜରଦୋଶ (Darshana Jardosh)

  • ଗୁଜୁରାଟର ସୁରଟରୁ ତିନିଥର ସାଂସଦ ଦର୍ଶନ ଜରଦୋଶଙ୍କୁ ବୟନ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ଲୋକସଭାକୁ ନିର୍ବାଚନ ପୂର୍ବରୁ ଜରଡୋଶ ସୁରଟ ମ୍ୟୁନିସିପାଲ କର୍ପୋରେସନର କର୍ପୋରେଟର ତଥା ଗୁଜୁରାଟ ସାମାଜିକ କଲ୍ୟାଣ ବୋର୍ଡର ସଦସ୍ୟ ମଧ୍ୟ ଥିଲେ।

ମୀନାକ୍ଷୀ ଲେଖୀ (Meenakashi Lekhi)

  • ଦିଲ୍ଲୀ ଲୋକସଭା ସାଂସଦ। ମୀନାକ୍ଷୀ ଲେଖୀ ଜଣେ ସୁପ୍ରିମକୋର୍ଟର ଓକିଲ। ସେ ଦିଲ୍ଲୀର ତିନୋଟି ନାଗରିକ ସଂସ୍ଥା ମଧ୍ୟରୁ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (New Delhi Municipal Corporation -NDMC) ର ସଦସ୍ୟ ମଧ୍ୟ ରହିଛନ୍ତି। ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଏବଂ ସଂସ୍କୃତି ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି।

ଅନ୍ନପୂର୍ଣ୍ଣା ଦେବୀ (Annpurna Devi)

  • ଚାରିଥର ବିଧାୟକ ଅନ୍ନପୂର୍ଣ୍ଣା ଦେବୀ ବର୍ତ୍ତମାନ ଝାଡଖଣ୍ଡର କୋଡର୍ମାରୁ ଲୋକସଭା ସାଂସଦ ଅଟନ୍ତି। ସେ ଜଳସେଚନ ଏବଂ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପାଇଛନ୍ତି। ଅନ୍ନପୂର୍ଣ୍ଣା ଦେବୀଙ୍କୁ ଶିକ୍ଷା ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।

ପ୍ରତୀମା ଭୌମିକ (Pratima Bhoumik)

  • ତ୍ରିପୁରା ପଶ୍ଚିମରୁ ପ୍ରଥମ ଥର ପାଇଁ ବିଜେପି ସାଂସଦ ପ୍ରତୀମା ଭୌମିକଙ୍କୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଭାବରେ ଦାୟିତ୍ଵ ଦିଆଯାଇଛି।

ଡ଼ ଭାରତୀ ପାୱାର (Dr Bharati Pawar)

ମହାରାଷ୍ଟ୍ରର ଦିନ୍ଦୋରୀରୁ ଡ଼ ଭାରତୀ ପାୱାର ପ୍ରଥମ ଥର ଲୋକସଭା ସାଂସଦ। ସେ ନାଶିକ୍ ଜିଲା ପରିଷଦର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପାୱାରଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।

Also Read | Pulwama: ପୁଲୱାମାରେ ୫ ଆତଙ୍କବାଦୀଙ୍କୁ ହତ୍ୟା, ଏନକାଉଣ୍ଟର ଜାରି

[amazon_auto_links id=”9939″]
Share this:

Leave a Reply

Your email address will not be published. Required fields are marked *