Bihar Election: ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଶେଷ

Share this:

ଭାଗଲପୁର (mahimalive): ବିହାର ବିଧାନସଭାର ତୃତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ୫୭ ଦଶମିକ ୯/୧ ପ୍ରତିଶତ ମତଦାତା ସୋମନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। କିଶନ୍‍ଗଞ୍ଜ ଜିଲ୍ଲାରେ ସର୍ବାଧିକ ୬୨ ଦଶମିକ ୫/୫ ପ୍ରତିଶତ ମତଦାନ ହୋଇଥିବାବେଳେ କଟିହାରରେ ୬୧ ଦଶମିକ ୫/୭, ସାହାର୍ସାରେ ୬୦ ଦଶମିକ ୨ ପ୍ରତିଶତ ଭୋଟ୍‍ ପଡ଼ିଛି।

ଗତକାଲି ୧୫ଟି ଜିଲ୍ଲାର୭୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହୋଇଥିଲା। ବାଲ୍ମିକୀ ନଗର ଲୋକସଭା ଉପନିର୍ବାଚନ ପାଇଁ ମଧ୍ୟ ଗତକାଲି ମତଗ୍ରହଣ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଏଚ୍‍.ଆର୍‍. ଶ୍ରୀନିବାସ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବାଲ୍ମିକୀ ନଗର ଉପନିର୍ବାଚନରେ ୫୬ ଦଶମିକ ୦/୨ ପ୍ରତିଶତ ମତଦାନ ହୋଇଛି। ତେବେ ଏପର୍ଯ୍ୟନ୍ତ ବହୁ ଦୁର୍ଗମ ଅଞ୍ଚଳର ଖବର ହସ୍ତଗତ ହୋଇ ନ ଥିବାରୁ ମତଦାନ ହାର ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି।

Related Post| Bihar Election: NDA ଏଥର ଯଦି ସରକାର କରେ ତେବେ ଶିକ୍ଷାଋଣ ମାଫ ହେବ: ନିତୀଶ କୁମାର

ନୂଆଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଉପମୁଖ୍ୟ ନିର୍ବାଚନ କମିଶନର ଚନ୍ଦ୍ରଭୂଷଣ କୁମାର କହିଛନ୍ତି, ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୫୫ ଦଶମିକ ୬/୮ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫୫ ଦଶମିକ ୭ ପ୍ରତିଶତ ମତଦାନ ହୋଇଛି। ଏହି ନିର୍ବାଚନ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ୮୭୬ ଏବଂ କୋଭିଡ୍‍ ନିୟମାବଳି ଉଲ୍ଲଙ୍ଘନ ନେଇ ୧୫୬ଟି ଅଭିଯୋଗ ମିଳିଛି।

ନକ୍ସଲ ଉପଦ୍ରୁତ ବାଲ୍ମିକୀ ନଗର, ରାମନଗର, ଶିମ୍‍ରୀ ଭକ୍ତିଆରପୁର ଏବଂ ମହିଷୀ ବିଧାନସଭା ନିର୍ବାଚନ ମଣ୍ଡଳିରେ ମତଦାନ ଅପରାହ୍ଣ ୪ଟା ସୁଦ୍ଧା ଶେଷ ହୋଇଥିଲା।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧ ହଜାର ୨୦୪ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କର ରାଜନୈତିକ ଭାଗ୍ୟ ଇ.ଭି.ଏମ୍‍.ରେ ସିଲ୍‍ ହୋଇଛି।୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଛି। ଗତ ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ଗତ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ଆସନ୍ତା ୧୦ ତାରିଖରେ ଭୋଟ୍‍ ଗଣତି ସହ ଫଳାଫଳ ଘୋଷଣା କରାଯିବ ।

Also Read | Bihar Election News: ଜନସଂଖ୍ୟା ଅନୁଯାୟୀ Reservation ଦିଆଯିବା ଉଚିତ୍: ନିତୀଶ କୁମାର

Share this: