Corona Odisha: ଓଡ଼ିଶାରେ କରୋନା ତୀବ୍ର ଗତିରେ ବଢୁଛି, ଆଜି ୩୬୬୪ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ କରୋନା ଦ୍ଵିତୀୟ ଲହର ତୀବ୍ର ଗତିରେ ଆଗକୁ ବଢି ଚାଲିଛି। ଆଜି ରାଜ୍ୟର ୩୦ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୩ ହଜାର ୬୬୪  ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୫୩୭ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିନା ଲକଡାଉନରେ କରୋନା ସହ ଲଢିବା, ସଭିଏଁ ମାସ୍କ ପିନ୍ଧିବା ଏବଂ ସମସ୍ତ କୋଭିଡ଼ ନିୟମ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।   

ଆଜି ସର୍ବାଧିକ ୭୦୪ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୫୯ଜଣ, ବାଲେଶ୍ଵରରୁ ୩୯ଜଣ, ବରଗଡ଼ରୁ ୨୧୦ଜଣ, ଭଦ୍ରକରୁ ୨୭ଜଣ, ବଲାଙ୍ଗୀରିରୁ ୭୯ଜଣ, ବୌଦ୍ଧରୁ ୬ଜଣ, କଟକରୁ ୧୯୮ଜଣ, ଦେଓଗଡ଼ରୁ ୩୦ଜଣ, ଢେଙ୍କାନାଳରୁ ୪୭ଜଣ, ଗଜପତିରୁ ୬୩ଜଣ, ଗଞ୍ଜାମରୁ ୬୬ଜଣ, ଜଗତସିଂପୁରରୁ ୬୮ଜଣ, ଯାଜପୁରରୁ ୫୮ଜଣ, ଝାରସୁଗୁଡାରୁ ୧୮୩ଜଣ, କଳାହାଣ୍ଡିରୁ ୩୨୪ଜଣ, କନ୍ଧମାଳରୁ ୧୬ଜଣ, କେଉଁଝରରୁ ୫୬ଜଣ, ଖୋର୍ଦ୍ଧାରୁ ୭୦୪ଜଣ କୋରାପୁଟରୁ ୩୯ଜଣ, କେନ୍ଦ୍ରାପଡ଼ାରୁ ୨୯ଜଣ, ମୟୁରଭଞ୍ଜରୁ ୧୧୯ଜଣ, ମାଲକାନଗିରିରୁ ୪ଜଣ, ନବରଙ୍ଗପୁରରୁ ୮୧ଜଣ, ନୟାଗଡ଼ରୁ ୨୮ଜଣ,ନୂଆପଡ଼ାରୁ ୨୨୧ଜଣ, ପୁରୀରୁ ୧୪୩ଜଣ, ରାୟଗଡାରୁ ୫୭ଜଣ, ସମ୍ବଲପୁରରୁ ୧୯୯ଜଣ, ସୋନପୁରରୁ ୧୬ଜଣ, ସୁନ୍ଦରଗଡ଼ରୁ ୩୪୦ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୫୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୫ ଲକ୍ଷ ୯୯ହଜାର ୮୭୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୬୮ ହଜାର ୨୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୩୦୩ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୪୪ ହଜାର ୮୨୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧ହଜାର ୪୩୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | Corona ଏଥର ବାୟୁ ମାଧ୍ୟମରେ ବ୍ୟାପୁଛି! କିପରି ଏହାକୁ ଏଡାଇ ହେବ ବିଶେଷଜ୍ଞ କହିଲେ ଉପାୟ

Share this: