DL: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତା କାଲିଠାରୁ ନୂଆ ଆବେଦନପତ୍ର

Share this:

ଭୂବନେଶ୍ଵର: କରୋନା ମହାମାରୀ (Corona Pandemic) ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ପରିବହନ କାର୍ଯ୍ୟାଳୟରେ ନୂତନ ଆବେଦନପତ୍ର ଗ୍ରହଣ ସହ ଡ୍ରାଇଭିଂ ଟେଷ୍ଟ ମଧ୍ୟ ବନ୍ଦ ରହିଥିଲା। ବର୍ତ୍ତମାନ ନୂତନ ଡ୍ରାଇଭିଂ ଲାଇସେନ୍ସ (Driving License) ପାଇଁ ଆବେଦନପତ୍ର ଆସନ୍ତା କାଲିଠାରୁ ରାଜ୍ୟର ୧୫ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ରେ ଗ୍ରହଣ କରାଯିବ।

ଏହି କାର୍ଯ୍ୟାଳୟଗୁଡ଼ିକରେ ଅଧିକ ସଂଖ୍ୟକ ପୁରୁଣା ଆବେଦନ ନ ଥିବାରୁ ନୂଆ ଆବେଦନପତ୍ର ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଗୁଡ଼ିକ ହେଉଛି ଚଣ୍ଡିଖୋଲ, ବଡ଼ବିଲ୍‍, କୋରାପୁଟ୍‍, ମୟୂରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୁଳ, ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେବଗଡ଼, ମାଲକାନଗିରି ଓ ଭଞ୍ଜନଗର।

ରାଜ୍ୟ ପରିବହନ କମିଶନର ସଂଜୀବ ପଣ୍ଡା (Sanjeeb Panda) ଗତକାଲି ଏ ନେଇ ନିର୍ଦ୍ଦେଶନାମା ଜାରିକରିଛନ୍ତି। ସୂଚନାଯୋଗ୍ୟ ଗତମାସ ସେପ୍ଟେମ୍ବର ୧୮ ତାରିଖରୁ ଡ୍ରାଇଭିଂ ଟେଷ୍ଟିଂ (Driving Testing) ଆରମ୍ଭ ହୋଇଛି।

Also Read| New Laws: ଅକ୍ଟୋବର ପହିଲାରୁ ନୂଆ ନିୟମ,ଡ୍ରାଇଭିଂ ଲାଇସେନ୍ସ ତିଆରି ସହଜ,ଡକ୍ୟୁମେଣ୍ଟ ପାଖରେ ରଖିବା ଜରୁରୀ ନୁହେଁ;ଟିଭି କିଣିବା ମହଙ୍ଗା

Share this: