Angul Covid19: ଅନୁଗୋଳରେ ପୁଣି ଆଜି ୧୪୯ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୋଳ (ମହିମାଲାଇଭ ବ୍ୟୁରୋ): Angul Covid19 ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। କମିବାର ନା ନେଉନି। ଆଜି ଅନୁଗୋଳ (Angul) ଜିଲ୍ଲାରୁ ପୁଣି ୧୪୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ୨୬୨ ରେ ପହଞ୍ଚିଛି।  ସେହିପରି ଅନ୍ୟ ଜିଲ୍ଲାରୁ ଏଠାରେ ସ୍ଵାବ ନମୁନା ଦେଇଥିବା ଜଣେ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ରେ ପହଞ୍ଚିଛି।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୫୨ ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୨୧ ଜ, ଅନୁଗୁଳ ପୌରାଞ୍ଚଳରୁ ୨୦ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୧୭ ଜଣ , ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୩ ଜଣ, ତାଳଚେର ପୌରାଞ୍ଚଳରୁ ୧୦ ଜଣ, କିଶୋରନଗର ବ୍ଳକ୍ ଅଞ୍ଚଳରୁ ୮ ଜଣ, ଅନୁଗୁଳ ବ୍ଲକ୍ ଅଞ୍ଚଳରୁ ୭ ଜଣ ଏବଂ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ଜଣେ ଅଛନ୍ତି।

ଆଜି ଚିହ୍ନଟ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଖୁସି ଖବର, ଆଜି ଅନୁଗୋଳ ଜିଲ୍ଲାରୁ ୧୯୨ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୨ ଜଣ କୋଭିଡ ହସପିଟାଲରୁ,୨ ଜଣ କୋଭିଡ କେୟାର ସେଣ୍ଟରରୁ ଏବଂ ୧୬୮ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read: Odisha Covid19: ଆଜି ରାଜ୍ୟରେ ପୁଣି ୩୮୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ,୧୬ ମୃତ

Share this: