PM Modi ଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରିଥିବାରୁ CM ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ:ଧର୍ମେନ୍ଦ୍ର ପ୍ରଧାନ

Share this:

ଭୂବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ (PM Narendra Modi) ଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରି ଓଡ଼ିଶା (Odisha) ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରିବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ସମସ୍ତ ରାଜ୍ୟକୁ ଟିକା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଟ୍ଵିଟ କରି ଧନ୍ୟବାଦ ଦେଇଛନ୍ତି।

ସେ କହିଛନ୍ତି ଯେ ଆଜି  ୫୦ ପ୍ରତିଶତ ଟିକା (Vaccine) ଭାରତ ସରକାର (Govt. Of India) ରାଜ୍ୟ ଗୁଡ଼ିକୁ ମାଗଣାରେ ଯୋଗାଉଥିବା ବେଳେ ୨୫ ପ୍ରତିଶତ ଟିକା ରାଜ୍ୟ ସରକାର ଏବଂ ୨୫ ପ୍ରତିଶତ ଟିକା ଶିଳ୍ପ ଜଗତ ସେମାନଙ୍କର କର୍ମଚାରୀ ଏବଂ ପରିବାର ସଦସ୍ୟଙ୍କୁ ଟିକା ଲଗାଇବାର ନିଷ୍ପତି ନେଇଛନ୍ତି।

ଭାରତ ସରକାର ସବୁ ରାଜ୍ୟକୁ ୨୩କୋଟି ଟିକା ଯୋଗାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ୮୫ ଲକ୍ଷ ୧୭ ହଜାର ୯୫୦ ଟିକା ପ୍ରଦାନ କରାଯାଇଛି । ଭାରତର ଜନସଂଖ୍ୟା ଆଧାରରେ ଓଡ଼ିଶାର ଜନସଂଖ୍ୟା ୩.୧ ପ୍ରତିଶତ ଥିବା ବେଳେ ଓଡ଼ିଶାକୁ ଟିକା ଉତ୍ପାଦନର ୩.୭୫ ପ୍ରତିଶତ ଉପଲବ୍ଧ ହୋଇଛି।

ବର୍ତ୍ତମାନ ସମୟରେ ଟିକା ପ୍ରତି ସଚେତନତା ବଢିଛି। ପ୍ରଧାନମନ୍ତ୍ରୀ ସବକା ସାଥ୍, ସବକା ବିକାଶ, ଏବଂ ସବକା ବିଶ୍ୱାସ ଆଧାରରେ ଧନୀ, ଗରିବ, ଉଚ୍ଚ, ନୀଚ୍ଚରେ ଭେଦଭାବ ନରଖି ଜନସଂଖ୍ୟା ଆଧାରରେ ରାଜ୍ୟ ମାନଙ୍କୁ ଟିକା ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି।

ସୂଚନାଯୋଗ୍ୟ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ସରକାରଙ୍କ ଦ୍ଵାରା କେନ୍ଦ୍ରୀଭୂତ ଟିକା କ୍ରୟ ଉପରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି COVID-19 ବିରୋଧରେ ଲଢେଇରେ ସହଯୋଗ କରିବାକୁ କହିଛନ୍ତି।

Also Read | ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଛି:ପ୍ରଧାନମନ୍ତ୍ରୀ

Share this: